ମା’ଙ୍କ ଦରମା ଟଙ୍କାରୁ ପାଠପଢ଼ା ଖର୍ଚ୍ଚ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ଘଟଣା ପ୍ରଶାସନିକ ତଦନ୍ତ

ହାଟଡ଼ିହି, (ବିକାଶ ବିଶ୍ୱାଳ):ମାଙ୍କ ଦରମା ଟଙ୍କାରୁ ନିଜର ପଢ଼ାଖର୍ଚ୍ଚ ବହନ ନିମନ୍ତେ ଜଣେ ଷଷ୍ଠ ଶ୍ରେଣୀର ଛାତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ଘଟଣାରେ ପ୍ରଶାସନିକ ତଦନ୍ତ ଆରମ୍ଭ ହୋଇଛି । ଆଜି ଜିଲ୍ଲାପାଳଙ୍କ ନିଦେ୍ର୍ଦଶକ୍ରମେ ଆନନ୍ଦପୁର ଉପଜିଲ୍ଲାପାଳ ଅନିଲ କୁମାର ସେଠୀ, ହାଟଡିହି ତହସିଲଦାର ଦିଲ୍ଲିପ କୁମାର ସାହୁ, ବିଡିଓ ବିନିତା ବିଜୟିନୀ ପ୍ରମୁଖ ଆଦର୍ଶ ବିଦ୍ୟାଳୟରେ ପହଞ୍ଚି ସଂପୃକ୍ତ ଛାତ୍ରୀର ବୟାନ ନେବା ସହ ତାଙ୍କ ବାପା ଭଗବାନ ଯେନାଙ୍କୁ ଡକାଇ ତାଙ୍କଠାରୁ ମଧ୍ୟ ବୟାନ ସଂଗ୍ରହ କରିଛନ୍ତି । ଏହି ବୟାନରେ ଛାତ୍ରୀ ଜଣକ ତାର ମାର କାର୍ଯ୍ୟକଳାପ ସମ୍ପର୍କରେ ଉଲେଖ କରିବା ସହିତ ତାର ପାଠପଢ଼ା ଖର୍ଚ୍ଚ ତାର ମା ବହନ କରୁ ବୋଲି ସେ ନିବେଦନ କରିଛନ୍ତି । ତଦନ୍ତ ରିପୋର୍ଟ ଜିଲ୍ଲାପାଳଙ୍କୁ ଦେବେ ଓ ଯାହା ପଦକ୍ଷେପ ନିଆଯିବ ଜିଲ୍ଲାପାଳ ନେବେ ବୋଲି ଉପଜିଲ୍ଲାପାଳ କହିଥିବା ଛାତ୍ରୀର ବାପା ଭଗବାନ ଯେନା ଗଣମାଧ୍ୟକୁ ଜଣାଇଛନ୍ତି । ଏଠାରେ ସୁଚନାଯୋଗ୍ୟ ଯେ ହାଟଡିହି ବ୍ଲକ ସୁନ୍ଦରାପାଳର ଆଦର୍ଶ ବିଦ୍ୟାଳୟର ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ଏହି ଛାତ୍ରୀଙ୍କ ଅଭିଯୋଗ ଅନୁଯାଇ ତାଙ୍କ ବାପା ଜଣେ ବେରୋଜଗାରୀ ହୋଇଥିବାବେଳେ ମା ତେଲକୋଇ ବ୍ଲକର ସିରିଗିଡା ହାଇସ୍କୁଲରେ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟରତ । ତାଙ୍କ ମା ଆଜକୁ ୪ବର୍ଷ ହେବ ସେମାନଙ୍କୁ ପର କରିଦେଇ ପଳାଇଛନ୍ତି । ସେ ଏବେ ୧୫/୧୬କିଲୋମିଟର ଦୁରରୁ ଆସି ଆଦର୍ଶ ବିଦ୍ୟାଳୟରେ ପାଠ ପଢ଼ୁଥିବାବେଳେ ଏତେ ବାଟ ଯିବା ଆସିବା ସମ୍ଭବପର ହୋଉ ନଥିବାରୁ ସେ ନିକଟସ୍ଥ ଏକ ମେସରେ ରହି ପଢ଼ୁଛନ୍ତି । ଯାହାଦ୍ୱାରାକି ପ୍ରତିମାସ ୫ହଜାରରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ ହେଉଛି । ତେଣୁ ତାଙ୍କ ବେରୋଜଗାରୀ ବାପାଙ୍କ ପକ୍ଷେ ଏହା ସମ୍ଭବ ହେଉନି । ତେଣୁ ତାଙ୍କ ମାଙ୍କ ଦରମାରୁ ପ୍ରତିମାସ ତାଙ୍କ ପଢ଼ାଖର୍ଚ୍ଚ ପାଇଁ ଦେବାକୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ନିବେଦନ କରିଛନ୍ତି । ଏଥିସହିତ ଏହାର ଏକକିତା ଲେଖାଏଁ ନକଲ ଜିଲ୍ଲା ଶିକ୍ଷା ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀ ଓ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀଙ୍କୁ ମଧ୍ୟ ପଠାଇଥିଲେ । ଉକ୍ତ ଶିକ୍ଷୟତ୍ରୀଙ୍କ ସ୍ୱାମୀ ଭଗବାନ ଜେନାଙ୍କ ଅଭିଯୋଗ ଅନୁଯାଇ ସେ ଆମ୍ବୋ ଗ୍ରାମର ପଙ୍କଜିନୀ ଦାସଙ୍କୁ ୨୦୧୦ରେ ଭଲପାଇ ବିବାହ କରିଥିଲେ । ବିବାହର କିଛିମାସ ପରେ ପଙ୍କଜିନୀ ଚାକିରି ପାଇ ପ୍ରଥମେ ଶିରିଗଡା ଓ ସେଠାରୁ ଡେପୁଟେସନରେ ଆସି ଧନୁର୍ଜୟପୁର ଉନ୍ନିତ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରିଥିଲେ । କିଛିଦିନ ପରେ ତାଙ୍କର ଝିଅଟିଏ ହୋଇଥିଲା । ଝିଅର ଜଗାରଖା ଓ ଭଲମନ୍ଦ ବୁଝିବାପାଇଁ ପଙ୍କଜିନୀଙ୍କ ପରାମର୍ଶ କ୍ରମେ ଭଗବାନ ନିଜ ଚାକିରୀଛାଡି ଘରେ ରହିଥିଲେ । ହସଖୁସିରେ ପରିବାରଟି ଚାଲୁଥିବାବେଳେ ୨୦୧୮ରେ ପଙ୍କଜିନୀଙ୍କ ଡେପୁଟେସନ କ୍ୟାନସଲ ହୋଇଯିବାରୁ ସେ ଶିରିଗଡାରେ ଘର ଭଡାନେଇ ସେଠାରେ ରହିଲେ । ମାତ୍ର ସେଠାରେ ଭଲ ସ୍କୁଲ ନଥିବାରୁ ଝିଅର ପାଠପଢ଼ା ପାଇଁ ବାବା ଭଗବାନ ଓ ମା ପଙ୍କଜିନୀ ଉଭୟ ଝିଅକୁ ହାଟଡିହିରେ ରଖି ପଠାଇବା ପାଇଁ ନିଷ୍ପତି ନେଇଥିଲେ । ଫଳରେ ପଙ୍କଜିନୀ ସେଠାରେ ଏକୁଟିଆ ରହିବା ଭିତରେ ବିରିଡି ଗ୍ରାମର ଜଣେ ଯୁବକଙ୍କ ସହିତ ଫେସବୁକରୁ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଫପରେ ପଙ୍କଜିନୀ ତାଙ୍କୁ ଓ ତାଙ୍କ ଝିଅକୁ ଛାଡି ସେହି ପୁରୁଷବନ୍ଧୁଙ୍କ ସହିତ ପଳାଇଛନ୍ତି । ଆଜି ପର୍ଯ୍ୟନ୍ତ ନିଜ ଝିଅକୁ ବି ଦେଖିବାକୁ କି ତାର ଭଲମନ୍ଦ ବୁଝିବାକୁ ଆସୁନାହିଁ । ବର୍ତ୍ତମାନ ସମୟରେ ଝିଅର ପଢ଼ାଖର୍ଚ୍ଚ ବୁଝିବାକୁ ତାଙ୍କ ପାଖରେ ପଇସା ନଥିବାରୁ ପଙ୍କଜିନୀଙ୍କ ଦରମାରୁ ଝିଅର ପଢ଼ାଖର୍ଚ୍ଚ ବହନ କରିବାକୁ ସେ ମଧ୍ୟ ପ୍ରଶାସନକୁ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ