ମାଚଣ୍ଡୀ ଯୁବସେନା କ୍ଲବ ପକ୍ଷରୁ ମାଟ୍ରିକ ଟପର ଦୁଇ ଜାଆଁଳା ଭାଇଙ୍କୁ ସମ୍ବର୍ଦ୍ଧନା 

ହାଟଡିହି, (ବିକାଶ ବିଶ୍ୱାଳ) :-ମା ଚଣ୍ଡୀ ଯୁବସେନା କ୍ଲବ ଜମ୍ଭୀରା ପକ୍ଷରୁ ଚଳିତବର୍ଷ ମାଟ୍ରକି ପରୀକ୍ଷାରେ ବ୍ଲକର ଟପର ହୋଇଥିବା ଦୁଇ ଯାଆଁଳା ଭାଇଙ୍କୁ  ସମ୍ବର୍ଦ୍ଧିତ କରାଯାଇଛି । ଆଶାଦେବୀ ହାଇସ୍କୁଲରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଜୟ କୁମାର ରାଉତ, ପ୍ରଶାନ୍ତ କୁମାର ଗିରି, ସନାତନ ବାରିକ, ସନାତନ ବେହେରା, ଅରୁଣ ଜେନା, ଛବିନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ ଆଶାଦେବୀ ହାଇସ୍କୁଲର ବଳଭଦ୍ର ପାଢ଼ୀ ଓ ଜଗନ୍ନାଥ ପାଢ଼ୀ ନାମକ ଏହି ଦୁଇ ଯାଆଁଳା ଭାଇ ଚଳିତ ମାଟ୍ରିକ ପରୀକ୍ଷାରେ ବ୍ଲକର ପ୍ରଥମ ଓ ଦ୍ୱିତୀୟ ସ୍ଥାନ ହାସଲ କରିଥିବାରୁ ଏହା ସ୍କୁଲ ତଥା ଜମ୍ଭୀରା ଗ୍ରାମ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଏହି ଦୁଇ ଭାଇଙ୍କୁ ମାନପତ୍ର ଓ ପୁଷ୍ପଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କ ସମେତ ସ୍କୁଲର ପ୍ର୍ରଧାନ ଶିକ୍ଷୟତ୍ରୀ ରଶ୍ମୀରେଖା ସାହୁ, ଶିକ୍ଷକ ପ୍ରଶାନ୍ତ କୁମାର ବେହେରା, ପୁରୁଷୋତ୍ତମ ସାହୁ, ମହେଶ୍ୱର ବେହେରା, ଲକ୍ଷ୍ମଣ କୁମାର ପାଢ଼ୀ, ଅଜୟ କୁମାର ଜେନା, ଆର୍ତ୍ତତ୍ରାଣ ସାହୁ, ଶରତ କୁମାର ସାହୁ, କର୍ମଚାରୀ ନିମାଇଁ ଚରଣ ଜେନା, ନାରାୟଣ ଗିରି, ମଧୁସୁଦନ ବେହେରାଙ୍କ ସମେତ ଗ୍ରାମର ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ମଧ୍ୟ ଉପସ୍ଥିତ ରହି ଦୁଇଛାତ୍ରଙ୍କର  ଉତ୍ତୋରତର ଉନ୍ନତି ଓ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ