ମାଛ ଖାଇ ଝାଡା ବାନ୍ତିରେ ଆକ୍ରାନ୍ତ : ୧୪ ଗୁରୁତର, ୨ ମୃତ

ମୋହନା, (ଅଂଶୁମାନ ପଣ୍ଡା) :-ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକର ଦୁର୍ଗମ ପାହାଡିଆ ଲାକଟେରୀ ଗାଁରେ ହଇଜା ଆତଙ୍କ । ଗାଁରେ ଝାଡା ବାନ୍ତିରେ ଆକ୍ରାନ୍ତ ହୋଇ ୧୪ ଜଣ ଗୁରୁତର ଥିବା ବେଳେ ୨ ଜଣଙ୍କ ମୃତ୍ୟୁ ଘଟିଲାଣି । ଗତ ସପ୍ତାହରେ ଗାଁର ପ୍ରଥମେ ଲାଇବାରିଆ ଗମାଙ୍ଗ ଝାଡା ବାନ୍ତିରେ ଆକ୍ରାନ୍ତ ହୋଇ ମୃତ୍ୟୁ ଘଟିଥିବା ବେଳେ ଆଜି ରବିବାର ଦିନ ଗାଁର ତାମଙ୍ଗ ମଣ୍ଡକଙ୍କ ମୃତ୍ୟୁ ଘଟିଛି । ଗତ ସପ୍ତାହରେ ଗାଁରେ ପଚା ମାଛ ଖାଇବା ପରେ ଝାଡା ବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି ବୋଲି ମେଡ଼ିକାଲ କର୍ମଚାରୀ କହିଥିବା ବେଳେ ଗାଁରେ ଦୂଷିତ ପାଣି ଯୋଗୁଁ ଝାଡା ବାନ୍ତି ହୋଇଛି ବୋଲି ଗାଁ ଲୋକେ କହିଛନ୍ତି । ଖବର ପାଇ ମେଡ଼ିକାଲ ଟିମ ଗାଁରେ ପହଂଚି ଗୁରୁତରମାନଙ୍କୁ ଚିକିତ୍ସା ଆରମ୍ଭ କରିବା ସହ ଗ୍ରାମବାସୀ ଙ୍କୁ ସଚେତନ କରି କୂଅରେ ବିଷଧନ ପକାଇଛାନ୍ତି । ଚିକିତ୍ସା ପରେ ବର୍ତମାନ ପ୍ରାୟ ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ତିର ରହିଥିବା ଜଣେ ବୟସ୍କ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି । ବୋଲି ଗ୍ରାମର ଅୟୁବ ମଣ୍ଡଳ କହିଥିବା ବେଳେ ସାଧନା ପାଣି, ଅଙ୍ଗନବାଡି କର୍ମୀ ଅଞ୍ଜଳି ଦଳାଇ, ସ୍ୱାସ୍ଥ୍ୟ କର୍ମୀ ପ୍ରିୟଙ୍କା ମହାନ୍ତି, ବିପିଏମ, ଧରାକୋଟ ପହଞ୍ଚି ଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ