ମାଛ ଚାଷ ସମ୍ପର୍କୀତ ପଞ୍ଚାୟତ ସ୍ତରୀୟ ପ୍ରଶିକ୍ଷଣ ଶିବିର

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଛୟାଳସିଂ ପଞ୍ଚାୟତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ୱାରା ଗ୍ରାମ ପଞ୍ଚାୟତ ପୋଖରୀରେ ମାଛ ଚାଷ କରିବା ନିମନ୍ତେ ପଞ୍ଚାୟତ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଜିଲ୍ଲା ମତ୍ସ୍ୟ ବିଭାଗ ଓ ମିଶନ ଶକ୍ତିର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମା’ସୁଭଦ୍ରା ଶକ୍ତି ଏସ୍‌.ଏଚ୍‌.ଜି, ଛୟାଳସିଂ, ମା’ତାରିଣୀ ଏସ୍‌.ଏଚ୍‌.ଜି ଓଡଙ୍ଗର ସଭାପତି ଓ ସଂପାଦିକାଙ୍କ ସମେତ ଅନ୍ୟ ମାନେ ଯୋଗ ଦେଇଥିଲେ । ଏହି ଶିବିରରେ ବ୍ଲକ ସହକାରୀ ମତ୍ସ୍ୟ ଅଧିକାରୀ ଶୁଭସ୍ମିତା ଘଡାଇ, ମିଶନଶକ୍ତି ବି.ପି.ସି ଚିରଞ୍ଜୀବ୍ ଦାସ, ସରପଞ୍ଚ ଚିନ୍ତାମଣି ଘଡାଇ ଯୋଗ ଦେଇ ମାଛ ଚାଷ ଦ୍ୱାରା ମହିଳା ମାନେ କିପରି କୋଭିଡ୍ ସମୟରେ ଆତ୍ମନିର୍ଭରଶୀଳ ହୋଇପାରିବେ ସେ ସଂପର୍କରେ ଆଲୋଚନା କରିଥିଲେ । ନିୟମ ଅନୁଯାୟୀ ମାଛ ଚାଷ କରି ୬ ମାସ ପରେ ମାଛ ଧରି ବଜାରରେ ବିକ୍ରି କରିପାରିବେ ବୋଲି ବ୍ଲକ ସହକାରୀ ମତ୍ସ୍ୟ ଅଧିକାରୀ କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ