ମାଛ ଧରିବାକୁ ଯାଇ ବଜ୍ରାଘାତରେ ଯୁବକ ମୃତ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ଵାଳ):ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନାରେ ଆଜି ଜଣେ ଯୁବକର ବଜ୍ରାଘାତରେ ମୃତ୍ୟୁ ଘଟିଛି।ମୃତ୍ୟୁ ଯୁବକ ଜଣଙ୍କ ହେଲେ ଏହି ଥାନା ଅନ୍ତର୍ଗତ ହାଣ୍ଡିଫୁଟା ଗ୍ରାମର ଗଡାସାହି କୁଶାଲ ମାର୍ଣ୍ଡି(୪୫)।ସୂଚନାଥାଉକି,କୁଶାଲ ଆଜି ଭୋର ସମୟରୁ ନିଜ ଗ୍ରାମ ନିକଟସ୍ଥ ବାଙ୍କବଳ ବନ୍ଧକୁ ମାଛ ଧରିବାକୁ ଯାଇଥିବା ସମୟରେ ଜୋରରେ ପ୍ରବଳ ବର୍ଷା ସହିତ ଘଡଘଡି ବଜ୍ରାଘାତ ଆରମ୍ଭ ହୋଇଥିଲା।ବନ୍ଧ ମଧ୍ୟରେ ଥିବା ସମୟରେ କୁଶାଲଙ୍କ ଉପରେ ବଜ୍ରାଘାତ ଘୋଟିଥିଲା ଫଳରେ କୁଶାଲଙ୍କ ଘଟଣା ସ୍ଥଳରର ମୃତ୍ୟୁ ଘଟିଥିଲା।ଆଜି ପ୍ରାୟ ମଧ୍ୟାହ୍ନ ସମୟରେ ସ୍ଥାନୀୟ ଲୋକେ ବନ୍ଧକୁ ଗାଧେଇ ଯାଇଥିବା ସମୟରେ ବନ୍ଧ ମଧ୍ୟରେ କୁଶାଲଙ୍କ ମୃତଦେହ ଭାସୁଥିବାର ଦେଖି ବିଶୋଇ ଥାନାକୁ ଖବର ଦେଇଥିଲେ।ଖବର ପାଇ ଘଟଣା ସ୍ଥଳକୁ ପୋଲିସ ପହଞ୍ଚି ଅଗ୍ନିଶମ ବିଭାଗ ସହାୟତାରେ ମୃତ୍ୟୁ ଶବକୁ ଉଦ୍ଧାର କରିଥିଲା।ଏହି ଘଟଣାକୁ ନେଇ ବିଶୋଇ ଥାନାରେ ଏକ ଅପମୃତ୍ୟ ମାମଲା ରୁଜ୍ଜୁ ହୋଇଥିବା ବେଳେ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।କୁଶାଲଙ୍କ ପରିବାର ଅତି ଗରିବ ଶ୍ରେଣୀର ହୋଇଥିବା ବେଳେ କୁଶାଲ ମାଛ ଧରି ନିଜେ ପରିବାର ପ୍ରତିପୋଷଣ କରିଥାନ୍ତି।ତେଣୁ,ମୃତକ ପରିବାରଙ୍କୁ ଯଥାଶୀଘ୍ର କ୍ଷତିପୂରଣ ପ୍ରଦାନ ପାଇଁ ସ୍ଥାନୀୟ  ବାସିନ୍ଦା ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ