ମାଛ ଧରିବାକୁ ଯାଉଥିବା ବେଳେ ସମୁଦ୍ରରେ ବୁଡ଼ି ମତ୍ସ୍ୟଜୀବୀଙ୍କ ମୃତ୍ୟୁ

ଗଞ୍ଜାମ, (ବିନୋଦ ପଲାଇ):ମାଛ ଧରିବାକୁ ଯାଉଥିବା ବେଳେ ସମୁଦ୍ରରେ ବୁଡ଼ି ମତ୍ସ୍ୟଜୀବୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଉଛନ୍ତି ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ପୋଡ଼ାମପେଟା ଗ୍ରାମର ଏନ. କାଳିଆ ( ୩୫ ବର୍ଷ)। ଆଜି ଭୋର ସମୟରେ ସେ ଡ଼ଙ୍ଗା ଧରି ସମୁଦ୍ରକୁ ମାଛ ଧରିବାକୁ ଯାଉଥିବା ସମୟରେ ଲହଡା ମାଡ଼ରେ ସମୁଦ୍ରରେ ବୁଡ଼ି ଯାଇଥିଲେ। ଖବର ପାଇ ପୁର୍ବତନ ସରପଞ୍ଚ ଦିଲ୍ଲୀପ ଛୋଟରାୟ ପହଞ୍ଚି ରମ୍ଭା ପୋଲିସକୁ ଖବର ଦେଇଥିଲେ। ପରେ ପୋଲିସ ପହଞ୍ଚି ମୃତ୍ୟୁକ ଶବ ଜବତ କରି ବ୍ୟବଛେଦ ପାଇଁ ବ୍ରହ୍ମପୁର ହସ୍ପିଟାଲକୁ ପଠାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ