ମାଛ ପାଇଁ ଗଣ୍ଡଗୋଳ: 3 ଆହତ , 4 ଅଟକ

ବେଲ୍ଲଗୁଣ୍ଠା, (ଶିବରାମ ଚୌଧୁରୀ): ପୋଖରୀରୁ ମାଛ କିଣିବାକୁ ଯାଇ ବିଳମ୍ବ ହେବାରୁ ଫେରି ଆସିବା ଓ ପରବର୍ତୀ ସମୟରେ ଏହି ଛୋଟିଆ କଥାକୁ ନେଇ ଦୁଇ ପରିବାରଙ୍କ ମଧ୍ୟରେ ଆକ୍ରମଣରେ ଉଭୟ ପଟୁ ତିନି ଜଣ ଆହତ ହୋଇ ଚିକିତ୍ସା ହେଉଥିବା ବେଳେ ଉଭୟଙ୍କ ଏତଲା କ୍ରମେ ବେଲ୍ଲଗୁଣ୍ଠା ପୋଲୀସ ଦୁଇଟି ମାମଲା ରୁଜୁ କରି 4 ଜଣଙ୍କୁ ଅଟକ ରଖି ତଦନ୍ତ କରୁଥିବା ବେଲ୍ଲଗୁଣ୍ଠା ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ ଜଣାଇଛନ୍ତି । ବେଲ୍ଲଗୁଣ୍ଠା ଫାଣ୍ଡି ଅନ୍ତର୍ଗତ କେବୀରୀ ବ୍ରହ୍ମପୁର ଗାଁ ରେ ବୁଧବାର ଏକ ପୋଖରୀରେ ମାଛ ଧରା ହେଉଥିବା ବେଳେ ସେହି ଗ୍ରାମର ଗନ୍ଧର୍ବ ନାଇଁକ ମାଛ କିଣିବାକୁ ଜାଇଥିବା ବେଳେ ବିଳମ୍ବ ହେବାରୁ ଖାଲି ହାତରେ ଫେରିଆସିଥିଲେ । ଆଜି ସକାଳେ ଗନ୍ଧର୍ବକୁ ଦେଖି ସେହି ଗ୍ରାମର ହରିଆ ସ୍ୱାଇଁ ମାଛ କାହିଁକି ଆଣିଲୁନି ବୋଲି ପଚାରିବାରୁ ଗନ୍ଧର୍ବ ହରିଆକୁ ଗାଳି କରିଥିଲା । ପରେ ଏହା ଉଗ୍ରରୂପ ନେବା ସହ ଉଭୟ ପରିବାରର ସମସ୍ତେ ସାମିଲ ହୋଇ ଉଭୟଙ୍କୁ ଠେଙ୍ଗା ଓ ବାଉଁଶ ବାଡ଼ିରେ ଆକ୍ରମଣ କରିଥିଲେ । ଏଥିରେ ଗାନ୍ଧୀଆ ଓ ତା ସ୍ତ୍ରୀ ସଞ୍ଜୁ ନାଇକ ଗୁରୁତର ଆହତ ହୋଇ ପ୍ରଥମେ ଭଞ୍ଜନଗର ଓ ପରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ତାନନ୍ତରିତ କରାଯାଇଛି । ଗନ୍ଧର୍ବ ର ହାତ ପିଠିରେ ଆଘାତ ଲାଗିଥିବା ବେଳେ ସ୍ତ୍ରୀ ସଞ୍ଜୁ ର ହାତ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଏ ନେଇ ଗନ୍ଧିଆ ବେଲ୍ଲଗୁଣ୍ଠା ଫାଣ୍ଡିରେ ଦେଇଥିବା ଏତଲା ପ୍ରକାରେ ଭାସିଆ ନାଇକ, ହରିଆ ସ୍ୱାଇଁ ଓ ହରିଆ ର ଦୁଇ ପୁଅ ର ନା ରେ ଅଭିଯୋଗ କରିଛି । ସେହିପରି ହରିଆ ମଧ୍ୟ ଆଉ ଏକ ଏତଲା ବେଲ୍ଲଗୁଣ୍ଠା ଫାଣ୍ଡିରେ ଦେଇଛି । ଏତଲାରେ ଗନ୍ଧିଆ ସ୍ତ୍ରୀ ସଞ୍ଜୁ ଓ ଆଉ ଦୁଇ ଜଣଙ୍କ ନାରେ ଏତଲା ଦେଇଛି । ପୋଲିସ ଦୁଇଟି ଏତଲା ଗ୍ରହଣ କରି ଉଭୟ ପାର୍ଟିର 4 ଜଣଙ୍କୁ ଫାଣ୍ଡିରେ ଅଟକ ରଖି ଘଟଣାର ତଦନ୍ତ କରୁଛି ଏଥିରେ ହରି ସ୍ୱାଇଁ ର ପୁଅ ଟୁକୁନା ସ୍ୱାଇଁ ମଧ୍ୟ ଆହତ ହୋଇ ଭଞ୍ଜନଗର ମେଡିକାଲରେ ଚିକିତ୍ସିତ ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ