ମାଛ ମାରିବାକୁ ଯାଇ ପାଇଲେ ଶ୍ରୀ ରାମ ପଥର

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ତୁଳସୀପୁର ପଞ୍ଚାୟତ ସାନହୁଲି ଗ୍ରାମ ର ସୁକାନ୍ତ ଭୋଇ ଓ କୁଷ ବେହେରା ଶନିବାର ଦିନ ମାଛ ମାରିବାକୁ ଦେବୀ ନଦୀ କୁ ଯାଇଥିଲେ। ମାଛ ଧରୁଥିବାବେଳେ ସେମାନେ ଦେଖିଲେ ଗୋଟିଏ ବଡ଼ ପଥର ନଦୀ ସ୍ରୋତ ରେ ଭାସି ଭାସି ଯାଉଛି। ସେମାନେ ପଥର ଟିକୁ ସଂଗ୍ରହ କରି ଆଣି ଗାଁ କୁ ଆଣିଥିଲେ।ଏବେ ଘର ସମ୍ମୁଖରେ ଏକ ବଡ଼ ଡେକଚି ରେ ଉକ୍ତ ପଥର କୁ ପାଣି ରେ ଭସାଇ ପୂଜା ସେମାନେ ପୂଜା କରୁଛନ୍ତି। ପାଣି ରେ ଭାସୁଥିବା ଉକ୍ତ ପଥର କୁ ଦେଖିବାକୁ ସାନହୁଲି ଗ୍ରାମ ରେ ପ୍ରବଳ ଜନଗହଳି ଲାଗିରହିଛି। ଜନଶ୍ରୁତି ରହିଛି ଯେ, ପ୍ରଭୂ ଶ୍ରୀ ରାମ
ମାତା ସୀତା ଙ୍କୁ ଉଦ୍ଧାର କରିବାକୁ ଶ୍ରୀ ଲଙ୍କା ଯିବାକୁ ରାମେଶ୍ୱର ଠାରେ ସମୁଦ୍ର ରେ ପଥର ବନ୍ଧ ନିର୍ମାଣ କରିଥିଲେ। ମହାଭକ୍ତ ଶ୍ରୀ ହନୁମାନ ପଥର ଗୁଡ଼ିକ ଉପରେ ଶ୍ରୀ ରାମ ଲେଖିବାରୁ ପଥର ଗୁଡ଼ିକ ଭାସିଥିଲା।ଏହାପରେ ସମୁଦ୍ର ରେ ରାମସେତୁ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲା। ସେହି ଜନଶ୍ରୁତି ଅନୁସାରେ ପାଣି ରେ ଭାସୁଥିବା ପଥର କୁ ରାମ ପଥର ବୋଲି କୁହାଯାଇଆସୁଛି। ରାମ ପଥର ପାଇ ସୁକାନ୍ତ ଓ କୁଶା ଯେତିକି ଖୁସି ତାକୁ ପୂଜା କରି ତାଙ୍କ ପରିବାର ଲୋକେ ସେତିକି ଖୁସି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ