ମାଛ ମାର୍କେଟ ସ୍ଥାନାନ୍ତର

ହିଞ୍ଜିଳିକାଟୁୂ,(ୱାଇଏନଏସ): ହିଂଜିଳିକାଟୁ ପୌରାଂଚଳରେ ସ୍ଥାୟୀ ଆମିଷ ବଜାର ନିର୍ମାଣଧିନ ରହିଥିବା ବେଳେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ନିୟନ୍ତ୍ରିତ ବଜାର ପରିସରରେ ଅସ୍ଥାୟୀ ମାଛ ମାର୍କେଟ ଖୋଲାଯାଇଥିଲା । ତେବେ ଗତ କିଛି ଦିନ ଧରି ସ୍ଥାନୀୟ ମାଛ ମାର୍କେଟରେ ଲକଡ଼ାଉନ ସମୟରେ ବି ଗ୍ରାହକଙ୍କ ଭିଡ଼ ଲାଗି ରହୁଥିବାରୁ ସାମାଜିକ ଦୂରତ୍ୱ ରକ୍ଷା ହୋଇ ପାରୁନଥିଲା । ଏ ନେଇ ବିଭିନ୍ନ ଗଣମାଧ୍ୟମ଼ରେ ଖବର ପ୍ରକାଶିତ ହେବା ପରେ ପୌର ପ୍ରଶାସନ ତୁରନ୍ତ ଏହାକୁ ପୌରାଂଚଳର ଖୋଲା ସ୍ଥାନ ୫୯ ନଂ ଜାତୀୟ ରାଜପଥ ସ୍ୱଂୟଶାସିତ ବିଜ୍ଞାନ ମହାବିଦ୍ୟାଳୟ ପ୍ୱାଶ୍ୱର୍କୁ ସ୍ଥାନାନ୍ତରିତ କରିଛି । ପ୍ରକାଶ ଥାଉକି ମାନ୍ୟବର ଉଚ୍ଚତମ ନ୍ୟାୟଳୟଙ୍କ ନିର୍ଦ୍ଦେଶ ପ୍ରକାରେ ଗତ କିଛି ଦିନ ପୂର୍ବେ ସରକାରୀ, ବେସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ ସମେତ ଜାତୀୟ ରାଜପଥ ନିକଟରେ ଆମିଷ ବଜାର ଖୋଲାଯାଇ ପାରିବ ନାହିଁ ବୋଲି ଘୋଷଣା ପରେ ସ୍ଥାନୀୟ ପୌରାଂଚଳର ବିଭିନ୍ନ ସରକାରୀ, ବେସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ ସମେତ ଜାତୀୟ ରାଜପଥ ନିକଟରେ ଥିବା ଆମିଷ ଦୋକାନ ଗୁଡ଼ିକୁ ନିୟନ୍ତ୍ରିତ ବଜାର ପରିସରକୁ ସ୍ଥାନାନ୍ତରିତ କରାଯାଇଥିଲା । ପୁଣି ଥରେ ଏହାର ପୁନାରମ୍ଭ ଘଟିବାରୁ ଅଂଚଳର ବୁଦ୍ଧିଜୀବି ମହଲରେ ଅସନ୍ତୋଷ ଭାବ ପ୍ରକାଶ ପାଇଛି । ଏ ନେଇ ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଂଜନ ସାହୁଙ୍କ ସହ ଯୋଗାଯୋଗ କରିବାରୁ ସେ କହିଲେ ବର୍ତମାନ ଲକଡ଼ାଉନ ପରିସ୍ଥିତିରେ ସାମାଜିକ ଦୂରତ୍ୱ ରକ୍ଷା ସକାଶେ ଉକ୍ତ ସ୍ଥାନରେ ୫/୬ ଜଣ ମାଛ ବେପାରୀଙ୍କୁ ବିକ୍ରି କରିବା ଲାଗି ଅନୁମତି ପ୍ରଦାନ କରାଯାଇଛି । ଲକଡ଼ାଉନ ଅବଧି ପରିସମାପ୍ତି ପରେ ସେମାନଙ୍କୁ ପୁର୍ନବାର ଆମିଷ ବଜାର ମଧ୍ୟକୁ ସ୍ଥାନାନ୍ତରିତ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ