ମାଟିକୁ ନମନ ବୀରଙ୍କୁ ବନ୍ଦନ କାର୍ଯ୍ୟକ୍ରମ ଅନୁଷ୍ଠିତ
ଡେଲାଙ୍ଗ, (ଯୁଗାବ୍ଦ ନ୍ୟୁଜ) : ଭାରତ ସରକାରଙ୍କ କ୍ରୀଡା ଓ ଯୁବ ମନ୍ତ୍ରଣାଳୟ , ନୂଆଦିଲ୍ଲୀ ଅଧିନସ୍ଥ ନେହୁର ଯୁବ କେନ୍ଦ୍ର, ପୁରୀ ସହଯୋଗରେ ଏବଂ ଇଣ୍ଟେଲେକଚୁଆଲ କ୍ଳବ ଘୋରାଡ଼ିଆ ଆନୁକୂଲ୍ୟରେ ଏକ ଡେଲାଙ୍ଗ ବ୍ଲକ ସ୍ତରୀୟ ମୋ ମାଟି ମୋ ଦେଶ, କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ମାଟିକୁ ନମନ ବୀରକୁ ବନ୍ଦନ ଦେଶ ପ୍ରେମର ସଚେତନତା କାର୍ଯ୍ୟକ୍ରମ ସହ ଏକ ଅମୃତ କଳସ ଯାତ୍ରା ସାଉରିଆ ଗ୍ରାମ ପଞ୍ଚାୟତ ଘୋରାଡ଼ିଆ ମହାବୀର ମନ୍ଦିର ଠାରୁ ବାହାରି ଘନିପୁର ପଞ୍ଚାୟତ ଅନ୍ତର୍ଗତ ଶ୍ରୀଶ୍ରୀ ରଘୁନାଥ ଦେବ ମନ୍ଦିର ପ୍ରାଙ୍ଗଣରେ ସଭା କରାଯାଇ ସମାପନ କରାଯାଇଥିଲା, ଶୋଭା ଯାତ୍ରା ରେ ରାଧାମୋହନ ଦେବ ଉଚ୍ଚ ବିଦ୍ୟାପୀଠ ର ସ୍କାଉଟ ଗାଇଡ଼ ଛାତ୍ର ଛାତ୍ରୀ, କଲେଜ ଛାତ୍ର , ଅବସରପ୍ରାପ୍ତ ସେନା କର୍ମଚାରୀ, ଶିକ୍ଷକ, ଆଶାକର୍ମୀ ସ୍ବେଛାସେବୀ,ବୁଦ୍ଧିଜୀବି ଜନ ପ୍ରତିନିଧି, ଗଣମାଧ୍ୟମ ପ୍ରତିନିଧି ସମେତ ଶତାଧିକ ସ୍ଥାନୀୟ ଅଞ୍ଚଳବାସୀ ଯୋଗଦେଇଥିଲେ। ଶିକ୍ଷାବିତ ରମେଶ ଚନ୍ଦ୍ର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସ୍ଥାନୀୟ ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ଚିତ୍ରସେନ ନିଶଙ୍କ, ସାଉରିଆ ଗ୍ରାମ ପଂଚାୟତ ସରପଞ୍ଚ ପ୍ରଭାତୀ ବେହେରା, ସମିତିସଭ୍ୟା ଅର୍ଣ୍ଣପୁର୍ଣ୍ଣା ରଣଜିତ, ଘନିପୁର ସରପଞ୍ଚ ଙ୍କ ପ୍ରତିନିଧି ପ୍ରକାଶ ଚନ୍ଦ୍ର ପାତ୍ର, ଶିକ୍ଷାବିତ ଉମେଶ ଚନ୍ଦ୍ର ଦାଶ, ଆର୍ତ୍ତତ୍ରାଣ ମହାନ୍ତି,ଗୋବର୍ଦ୍ଧନ ବରାଳ, ବିଦ୍ୟାଧର ପାତ୍ର, ପଲ୍ଲବୀ ପରିବାର ପିପିଲି ର ଅଧକ୍ଷ ପବିତ୍ର ମୋହନ ପରିଡା, ପିପିଲି ପୋଷ୍ଟାଲ ଇନ୍ସପେକେଟର ଆଦିତ୍ୟ କୁମାର ଜେନା, ଶିକ୍ଷକ ଦିଗବିଜୟୀ ଭାସ୍କଡାଗାମା, ଗୋପବନ୍ଧୁ ଶାସମଲ ପ୍ରମୁଖ ଯୋଗଦେଇ ଭାରତର ସ୍ୱାଧୀନତା ପାଇଁ ଯେଉଁ ଯଶସ୍ବୀ ସ୍ୱାଧୀନତା ସଂଗ୍ରାମୀ ମାନେ ସ୍ୱାଧୀନତା ପାଇଁ ତ୍ୟାଗ ଓ ବଳିଦାନ କରିଛନ୍ତି ତାଙ୍କ ପ୍ରତି ଗଭୀର ଶ୍ରଦ୍ଧା ରହିବା ଉଚିତବୋଲି ମତ ବ୍ୟକ୍ତ କରିଥିଲେ ।ଏହି ବୀର ଭୂମିର ମାଟିକୁ ପ୍ରଣାମ, ବୀରଙ୍କୁ ବନ୍ଦନ, ସ୍ୱାଭିମାନ ଭାରତ ଆମର କାମ୍ୟ ବୋଲି ଅତିଥି ମାନେ କହିଥିଲେ ।ଏଥିରେ ଅନୁଷ୍ଠାନ ର ପ୍ରତିଷ୍ଠାତା ତଥା ସମ୍ପାଦକ ଦିଲ୍ଲୀପ କୁମାର ଧାଉଡ଼ିଆ ଅତିଥି ପରିଚୟ ଓ ସ୍ୱାଗତ ସମ୍ବୋର୍ଦ୍ଧନା କରିବା ସହ କାର୍ଯ୍ୟକ୍ରମ ର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ! ଏହି ଅବସରରେ ସହିଦ ଦିଲ୍ଲୀପ ବଳିୟାରସିଂହ ଙ୍କ ଜ୍ୟେଷ୍ଠ ଭ୍ରାତା ଗୋପବନ୍ଧୁ ବଳିୟାରସିଂହ, ଅବସର ପ୍ରାପ୍ତ ସେନା କର୍ମଚାରୀ ଦିଲ୍ଲୀପ କୁମାର ପଟ୍ଟନାୟକ, ଲଷ୍ମୀଧର ଦଳେଇ ଓ ତ୍ରିନାଥ ସାମନ୍ତରାୟ ଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ କରାଯାଇଥିଲା! ଏଥିସହିତ କଳା ସଂସ୍କୃତି ମାଧ୍ୟମରେ ଦେଶ ପ୍ରେମ ର ଭାବ ସଚେତନତା କରିଥିବା ୪୦ ଜଣ କଳାକାରଙ୍କୁ ଅତିଥିଙ୍କ ଦ୍ୱାରା ପ୍ରଶଂସା ପତ୍ର ଦେଇ ସମ୍ବୋର୍ଦ୍ଧିତ କରାଯାଇଥିଲା ! ଗ୍ରାମାଞ୍ଚଳ ର କୁନି କୁନି ପିଲାମାନେ ଦେଶାତ୍ମବୋଧକ ନୃତ୍ୟ ସଂଗୀତ ପରିବେଷଣ କରି ସମସ୍ତଙ୍କ ମନ ମୋହିଥିଲେ । ଦୁଃଖିଶ୍ୟାମ ବେହେରା, ବେଣୁଧର ମଙ୍ଗରାଜ, ବାବୁରାମ ଦାଶ, ଶୁଚିସ୍ମିତା ରାଉତରାୟ, ପ୍ରଶାନ୍ତ ରାଉତରାୟ,ଜ୍ୟୋସ୍ନା ସିଂହ,ଗୀତାରାଣୀ ରଣଜିତ,ପବିତ୍ର ମୋହନ ସାହୁ, ସୁନୀଲ ମିଶ୍ର, କଲ୍ୟାଣୀ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ । ଦୁର୍ଗା ପ୍ରସାଦ ସାହୁ ମଞ୍ଚ ସଂଯୋଜନା ଓ ପରିଚାଳନା କରିଥିଲେ, କାର୍ଯ୍ୟକ୍ରମର ସଫଳତା ପାଇଁ ଶେଷରେ ଅନୁଷ୍ଠାନର ସମ୍ପାଦକ ଦିଲ୍ଲୀପ କୁମାର ଧାଉଡ଼ିଆ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।