ମାଟିଖାଲ ଛକରେ ଆଇଆରଇ ପକ୍ଷରୁ ପାନୀୟ ଜଳ ସୁବିଧା

ଛତ୍ରପୁର : ଭାରତୀୟ ବିରଳ ମୃତ୍ତିକା (ଆଇଆରଇ) କଂପାନୀ ପକ୍ଷରୁ ଲୋକମାନଙ୍କ ପାନୀୟ ଜଳ ସୁବିଧା ନିମନ୍ତେ କଣମଣା ଗ୍ରାମ ପଞ୍ଚାୟତ ର ମାଟିଖାଲ ଛକ ଠାରେ ଷ୍ଟାଣ୍ଡ ପଏଣ୍ଟ ର ବ୍ୟବସ୍ଥା କରାଯାଇଛି । ଯାହାଦ୍ୱାରା କଂପାନୀକୁ ଯାତାୟତ କରୁଥିବା ସମସ୍ତ କର୍ମଚାରୀ ଏବଂ ଛକ ଠାରେ ରହିଥିବା ସମସ୍ତ ବାସିନ୍ଦା ବିଶୁଦ୍ଧ ପାନୀୟ ଜଳର ସୁବିଧା ପାଇପାରିବେ । ଏହାକୁ ଆଇଆର କଂପାନୀର ସିଜିଏମ ଏ.ଜେ. ଜନାର୍ଥନାନ୍ ଓ କଣମଣା ସରପଞ୍ଚ ଏସ.ଚକ୍ରପାଣି ରେଡ୍ଡୀ ମିଳିତ ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କଣମଣା ସମିତି ସଭ୍ୟା ରଶ୍ମିତା ବେହେରା, ଆଇଆରଇ କଂପାନୀର ଡିଜିଏମ୍ ଗତିକୃଷ୍ଣ ନାୟକ, ଏସ.ଏସ. ମଲ୍ଲିକ, ପି.କେ. ରାଉତ, ସୁରେଶ ଚନ୍ଦ୍ର ପାତ୍ରଙ୍କ ସମେତ ବହୁ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ