ମାଟିତଳୁ ମିଳିଲା ଶହ ଶହ ଆଧାର କାର୍ଡ
ମୋହନା, (ଅଂଶୁମାନ ପଣ୍ଡା):କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନେଇଥିବା ନିଷ୍ପତି ଲାଗୁନି କାମ ରେ ଲୋକେ ଆଧାର କାର୍ଡ ପାଇଁଫୋଟ ଉଠା ଯାଇଛି ହେଲେ କାଡ୍ ଲୋକଙ୍କ ନାମରେ ଆସିଥିବା ଅଧରକାର୍ଡ ଲୋକଙ୍କୁ ନ ଦେଇ ମାଟି ତଳେ ପୋତି ନଷ୍ଟ କରିଦେଲେ ପୋଷ୍ଟ ମାଷ୍ଟର ।ଏଭଳି ଘଟଣା ଦେଖିବକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ୍ ଜିରାଙ୍ଗ ପଞ୍ଚାୟତ ଡରାବ ଗାଁରେ । ଗାଁରେ ଥିବା ପୋଷ୍ଟ ଅଫିସ ଉପରେ ଡରାଵ ଗାଁ ସମେତ ୬ ଖଣ୍ଡ ଗାଁର ଲୋକେ ନିର୍ଭରଶୀଳ ଥିବା ବେଳେ ଗ୍ରାମବାସୀ ନିଜ ଆଧାର କାର୍ଡ ପାଇଁ ମୋହନା ଯାଇ ଜନ ସେବା କେନ୍ଦ୍ରରେ ଆବେଦନ କରିଥିଲେ । ହେଲେ ସେମାନଙ୍କ ଆଧାର କାର୍ଡ ପୋଷ୍ଟ ଅଫିସ ଜରିଆରେ ଆସିବା ପରେ ସମ୍ପୃକ ପୋଷ୍ଟ ମାଷ୍ଟର ପର୍ଶୁଧର ରଣ ସିଂ ସେହି ସବୁ ଆଧାର କାର୍ଡ ଲୋକଙ୍କୁ ନ ଦେଇ ମାଟିରେ ପୋତି ଦେଇଥିବା ସହ ବହୁ ଜଣଙ୍କ ଅଧରକାର୍ଡ ଅଳିଆ ଗଦାରେ ଫିଙ୍ଗି ଦେଇଥିଲା । ଗାଁ ଜଣେ ବ୍ୟକ୍ତି ତାହା ଦେଖିବା ପରେ ଗ୍ରାମବାସୀଙ୍କୁ ଜଣାଇଥିଲା । ଗ୍ରାମବାସୀ ଆସି ମାଟି ଖୋଳି ଶହ ଶହ ଆଧାର କାର୍ଡ ଠାବ କରିଛନ୍ତି । ବର୍ଷ ବର୍ଷ ଧରି ଲୋକଙ୍କ ନାମରେ ଆସୁଥିବା ଆଧାର କାର୍ଡ ସମ୍ପୃକ୍ତ ପୋଷ୍ଟ ଅଫିସ ଲୋକଙ୍କୁ ନ ଦେଇ ଏହି ଭଳି ନଷ୍ଟ କରିଦେଇ ଥିବା ବେଳେ ଗାଁର ବହୁ ହିତାଧିକାରୀଙ୍କ ଅଧାର କାର୍ଡ ନ ଥିବାରୁ ଭତ୍ତା ଓ ଚାଉଳ ପାଇବାରୁ ବଂଚିତ ଥିବା ଅଭିଯୋଗ କରିଛନ୍ତି ।।ତୁରନ୍ତ ଏହାକୁ ତଦନ୍ତ କରି ସମ୍ପୃକ୍ତ ବ୍ୟକ୍ତି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଥିବାବେଳେ ଏ ନେଇ ସମ୍ପୃକ୍ତ ପୋଷ୍ଟ ମାଷ୍ଟରଙ୍କ ପ୍ରତିକିୟା ମିଳିପାରିନାହିଁ ।। ସେପଟେ ଆଧାର କାର୍ଡ ପାଇଁ ଦୁଇ ଶହ ଟଙ୍କା ଖର୍ଚ୍ଚ ଦେବାକୁ ପଡୁଛ ଏପଟେ ପୋଷ୍ଟ ମାଷ୍ଟର ଗାତ କରି ପୂତିବାରେ ଲାଗିଛନ୍ତି