ମାଟି ଗାଡି ଜବତ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ତହସିଲ ଅଞ୍ଚଳରେ ଦିନକୁ ଦିନ ବେଆଇନ ବାଲି ଓ ମାଟି ବ୍ୟବସାୟ ବୃଦ୍ଧି ପାଉଥିବାବେଳେ ପ୍ରଶାସନ ଏହାକୁ ରୋକିବାରେ ସଂପୂର୍ଣ୍ଣ ବିଫଳ ହୋଇଛି । କେବଳ ଲୋକ ଦେଖାଣିଆ ଧର୍ମକୁ ଆଖି ଠାର ଭଳି ବିଭାଗୀୟ ଅଧିକାରୀ କେତେବେଳେ କେମିତି କିଛି ବେଆଇନ ଗାଡି ଧରୁଥିଲେ ସୁଦ୍ଧା ମାଟି, ବାଲି ଚାଲାଣ ବନ୍ଦ ହେବା ପରିବର୍ତ୍ତେ ବଢିବାରେ ଲାଗିଛି । ଏହି କ୍ରମରେ ଆଜି ଭଣ୍ଡାରିପୋଖରୀ ତହସିଲଦାର ମୃତ୍ୟୁଞ୍ଜୟ ଭୂୟାଁ ଜଗନ୍ନାଥପ୍ରସାଦ ଠାରୁ ନେରଡା ଯାଏଁ ବୈତରଣୀ ନଦୀ ପଠାକୁ ଗସ୍ତ କରିଥିଲେ । ଉକ୍ତ ସ୍ଥାନ ଗୁଡିକରେ ବେଆଇନ ଇଟାଭାଟି ଗଢି ଉଠିଥିବାରୁ ଏଥିପାଇଁ ମାଟି ଓ ବାଲିର ବହୁଳ ବ୍ୟବହାର ହୋଇଥାଏ । ଯେଉଁଥିପାଇଁ ତହସିଲଦାର ଆଜି ଉକ୍ତ ସ୍ଥାନ ଗୁଡିକୁ ଗସ୍ତ କରି ନେରଡା ଠାରୁ ଦୁଇଗୋଟି ମାଟି ଟ୍ରାକ୍ଟର ଜବତ କରିଛନ୍ତି । ସ୍ଥାନୀୟ ରାଜସ୍ୱ ନିରୀକ୍ଷକଙ୍କ ହେପାଜତରେ ଦୁଇଗୋଟି ଟ୍ରାକ୍ଟର ରହିଥିବାବେଳେ ଜୋରିମାନା ବାବଦୀୟ ୨୦ହଜାର ୨୦୦ଟଙ୍କା ଆଦାୟ ପରେ ଗାଡି ଦୁଇଟିକୁ ଛଡାଯିବ ବୋଲି ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ