ମାଟି ବୋଝେଇ ଟିପ୍ପର ଚାପାରେ ଏକ୍ସିଲ ଚାଳକ ଙ୍କ ମୃତ୍ରୁ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ହିଞ୍ଜିଳିକାଟୁଥାନାଅନ୍ତର୍ଗତଆଡ଼ପଡା ଜଗନ୍ନାଥପୁର ମୁଖ୍ୟ ରାସ୍ତା ଆଡ଼ପଡା ଇଶାଣେଶ୍ଵର ମନ୍ଦିର ନିକଟରେରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।ମାଟି ବୋଝେଇ କରି ଯାଉଥିବା ଟିପର ନଂ (ଓଆର ୧୬ ସି ୧୦୪୫) ଗାଡିଟି ଏକ୍ସଲ ଚାଳକଙ୍କୁ ପଛ ପଟୁ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ଏକ୍ସିଲ ଚାଳକ ଙ୍କପ୍ରାଣ ବାୟୁ ଉଡି ଯାଇଥିଲା।ମୃତ ଜଣକ ଖଲିଙ୍ଗୀ ଗ୍ରାମର ଯୋଗୀ ଲେଙ୍କା ବୋଲି ଜଣାପଡ଼ିଛି।ସୂଚନା ପ୍ରକାରେ ଯୋଗୀ ଲେଙ୍କା ଆଜି ସକାଳୁ ଖଲିଙ୍ଗୀ ଗ୍ରାମରୁ ମନ୍ଦିର ଦର୍ଶନ ପାଇଁ ଆଡ଼ପଡା ଇଶାଣେଶ୍ଵର ମନ୍ଦିରକୁ ଦର୍ଶନ ପାଇଁ ଯାଉଥିବା ବେଳେ ଟିପର ଧକ୍କା ଦେବା ଫଳରେ ରାସ୍ତା ଉପରେ ପଡି ମୁଣ୍ଡକୁ ଗଭୀର ଆଘାତ ହେବା ଫଳରେ ପ୍ରବଳ ରକ୍ତ ଶ୍ରାବ ହୋଇ ରାସ୍ତା ରକ୍ତ ଯୁଡୁ ବୁଡୁ ହୋଇ ପଡିଥିବା ବେଳେ ମନ୍ଦିର କୁ ଯାଉଥିବାସ୍ଥାନୀୟ ଲୋକେ ଦେଖି ହିଞ୍ଜିଳକାଟୁ ପୋଲିସ କୁ ଖବର ଦେବା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ୧୦୮ ଆମ୍ବୁଲାନ୍ସ ଯୋଗେ ଅଡ଼ପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା।ସେଠାରେ ଡ଼ା ବାହନ ଦାସ ମୃତ ଘୋଷଣା କରିଥିଲେ।ଫଳରେ ମୃତକ ଙ୍କ ସମ୍ପର୍କୀୟ ପରିବାର ବର୍ଗ ଏବଂ ଖଲିଙ୍ଗୀ ଗ୍ରାମବାସୀଙ୍କ ଗହଳି ଚହଳି ଲାଗିଥିବା ବେଳେ କାନ୍ଦ ବୋବାଳି ଫାଟି ପଡିଲା ମେଡ଼ିକାଲ ପରିସରେ ଚାପା ଉତ୍ତେଜନା ଦେଖିବାକୁ ମିଳିଥିଲା। ହିଞ୍ଜିଳିକାଟୁ ଥାନା ଅଧିକାରୀ ଅଭିମନ୍ୟୁ ଦାସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ମେଡିକାଲ ପଠାଇଥିବା ବେଳେ ତଦନ୍ତ ଚଳାଇଥିବା ଜଣାପଡ଼ିଛି। ଦୁର୍ଘଟଣା ଗ୍ରସ୍ତ ଟିପରକୁ ଜବତ କରାଯାଇଛି।