ମାଟୋଆ ନିର୍ବାଚନ ପ୍ରାର୍ଥୀଙ୍କ ଖବରଦାତା ସମ୍ମିଳନୀ

ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦୁଝର ଜିଲ୍ଲା ଯୋଡା ସହରର କଲ୍ୟାଣମଣ୍ଡପଠାରେ ମଙ୍ଗଳବାର ପୂର୍ବାହ୍ନରେ ମାଟୋଆ ନିର୍ବାଚନ ପ୍ରାର୍ଥୀଙ୍କ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ସଭାପତି ପ୍ରାର୍ଥୀ ଚର୍ତୁଭୁଜ ପଲେଇ, ସଂପାଦକ ପ୍ରାର୍ଥୀ ସତ୍ୟପ୍ରିୟ ବାରିକ, ଉପସଭାପତି ପ୍ରାର୍ଥୀ ରାଜେନ୍ଦ୍ର କୁମାର ବାରିକ, ଯୁଗ୍ମ ସଂପାଦକ ପ୍ରାର୍ଥୀ ଅଜୟ ସିହ୍ନା ଓ କୋଷାଧ୍ୟକ୍ଷ ପଦବୀ ପାଇଁ ପ୍ରାର୍ଥୀ ହୋଇଥିବା ସୁରେଶ ଚନ୍ଦ୍ର ଗିରି ପ୍ରମୁଖ ଉପସ୍ଥିତ ରହି ଖବରଦାତାମାନଙ୍କ ବିଭିନ୍ନ ପ୍ରଶ୍ନର ଉତର ରଖିଥିଲେ । ଏହି ସମ୍ମିଳନୀରେ ଏକ ନିର୍ବାଚନୀ ଇସ୍ତାହାର ମଧ୍ୟ ପ୍ରକାଶ କରାଯାଇଥିଲା । ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ସଂପାଦକ ପ୍ରାର୍ଥୀ ସତ୍ୟପ୍ରିୟ ବାରିକ ଖବରଦାତାମାନଙ୍କୁ କହିଥିଲେ ଯେ, ଏହି ମାଟୋଆ ନିର୍ବାଚନରେ ପ୍ରାର୍ଥୀମାନେ ବିଜୟ ହେଲେ ସର୍ବ ପ୍ରଥମେ ଟ୍ରାନ୍ସପୋର୍ଟ ସଂସ୍ଥାଗୁଡିକ କିପରି ସାପ୍ତାହିକ ପେମେନ୍ଟ କରିବେ ସେ ଦିଗରେ ଦୃଷ୍ଟି ଦେବେଏବଂ ଯେଉଁ ଟ୍ରାନ୍ସପୋର୍ଟ ସଂସ୍ଥା ପେମେନ୍ଟ ଦେବାରେ ବିଳମ୍ବ କରିବେ ସେମାନଙ୍କର ଟ୍ରାନ୍ସପୋର୍ଟିଂ ବନ୍ଦ କରିଦିଆଯିବ । ଟ୍ରାନ୍ସପୋର୍ଟ ସଂସ୍ଥାମାନେ ଏନ୍ଟ୍ରିକାର୍ଡ କରି ତାଙ୍କର କିଛି ଅସାଧୁ କର୍ମଚାରୀମାନେ କାର୍ଡ ପିଛା ହଜାର ହଜାର ଟଙ୍କା ଆଦାୟ କରୁଥିବା ଗାଡିମାଲିକମାନେ ଅଭିଯୋଗ କରିଛନ୍ତି । ନିର୍ବାଚନର ଫଳାଫଳ ପରେ ପରିବହନ ପାଇଁ ଟ୍ରାନ୍ସପୋର୍ଟ ସଂସ୍ଥାର କାର୍ଡ ଆଗତ କରାଯିବ ନାହିଁ କେବଳ ମାଟୋଆ ର ୨ ପ୍ରକାର ରଙ୍ଗର କାର୍ଡ ଆଗତ କରାଯିବ । ଏହାଦ୍ୱାରା ଗାଡିଗୁଡିକ ସକାଳ ୬ଘଟିକାରୁ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ଗୋଟିଏ ରଙ୍ଗର କାର୍ଡ ଏବଂ ସନ୍ଧ୍ୟା ୬ଘଟିକାରୁ ସକାଳ ୬ ଘଟିକା ପର୍ଯ୍ୟନ୍ତ ଗୋଟିଏ ରଙ୍ଗର କାର୍ଡ ଦ୍ୱାରା ସମସ୍ତ ଖଣିରେ ୨୪ ଘଂଟିଆ ଲୋଡିଂ ପାଇପାରିବେ । ଏହାଦ୍ୱାରା ପରିବହନରେ ସ୍ୱଛତା ଆସିପାରିବ । ଖଣି ଅଂଚଳରେ ବଡ ବଡ ୧୮ ଚକିଆ ୨୨ ଚକିଆ ଟ୍ରକ ପ୍ରବେଶ ଓ ଖଣି କମ୍ପାନୀମାନେ ପାଇପ୍ ଲାଇନ୍‌, ବେଲ୍ଟ ଲାଇନ୍ ଓ ଟ୍ରେନ୍ ଯୋଗେ ଖଣିଜ ପରିବହନ ହେତୁ ଡମ୍ପର ଗାଡି ଚଳାଚଳ ଉପରେ ପ୍ରଭାବ ପଡିବା ନେଇ ପ୍ରଶ୍ନ ରେ ସେ କହିଥିଲେ ଯେ, ନିର୍ବାଚନ ଆଗକୁ ଥିବାରୁ ପଦପଦବୀ ଲାଳସାରେ ଆମେ କୌଣସି ମିଥ୍ୟା ପ୍ରତିଶ୍ରୁତି ଦେବୁ ନାହିଁ । ଅଂଚଳରେ ଡମ୍ପର ଚଳାଚଳ ଉପରେ ଯେପରି କୌଣସି ପ୍ରଭାବ ନପଡେ ଓ ଅଂଚଳବାସୀଙ୍କ ଜିବନଜିବୀକା ଉପରେ ଯେପରି କୌଣସି କୁପ୍ରଭାବ ନପଡେ ସେଥିପାଇଁ ପ୍ରାର୍ଥୀମାନେ ଆସୋସିଏନ ଅଂଚଳର ଓାର୍ଡମେମ୍ବରଙ୍କଠାରୁ ଆରମ୍ଭ କରି ସମିତିସଭ୍ୟ, ସରପନଚ , କାଉନସିଲର, ଜିଲାପରିଷଦ, ଚମ୍ପୁଆ ବିଧାୟିକା, କେନ୍ଦୁଝର ସାଂସଦ ଏବଂ ପୂର୍ବତନ ଚମ୍ପୁଆ ବିଧାୟକ ସନାତନ ମହାକୁଡଙ୍କ ସହ ଆଲୋଚନା କରି ରାଜ୍ୟସରକାରଙ୍କଠାରେ ଦାବି ଉପସ୍ଥାପନ କରିବେ । ଏହି ନିର୍ବାଚନରେ ସେମାନଙ୍କୁ ବହୁ ରାଜନୈତିକ ଦଳର ସମର୍ଥନ ଥିବା ସଂପାଦକ ପ୍ରାର୍ଥୀ ଖବରଦାତାମାନଙ୍କୁ କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ