ମାଟ୍ରିକ୍ ଅଫ୍ଲାଇନ୍ ପରୀକ୍ଷା ପାଇଁ ୧୫୧୫୫ ପିଲା ଆବେଦନ କରିଛନ୍ତି
ଭୁବନେଶ୍ୱର: ମାଟ୍ରିକ୍ ଅଫ୍ଲାଇନ୍ ପରୀକ୍ଷା ଦେବା ପାଇଁ ମୋଟ୍ ୧୫୧୫୫ ପିଲା ଆବେଦନ କରିଛନ୍ତି। ସେଥିରୁ ୬୫୯୬ ଜଣ ରେଗୁଲାର ପିଲା ଥିବା ବେଳେ ୮୪୯୩ ଜଣ ରାଜ୍ୟ ଓପନ ସ୍କୁଲ ଲାଗି ପିଲା ଅଛନ୍ତି। ସେହିପରି ୬୬ ଜଣ ମଧ୍ୟମା ପରୀକ୍ଷା ଦେବା ପାଇଁ ଆବେଦନ କରିଛନ୍ତି ।କରୋନା ପାଇଁ ଚଳିତବର୍ଷ ମାଟ୍ରିକ୍ ପରୀକ୍ଷା ହୋଇନଥିଲା। ବିନା ପରୀକ୍ଷାରେ ଗତ ୨୫ ତାରିଖରେ ମାଟ୍ରିକ୍ ପରୀକ୍ଷାଫଳ ପ୍ରକାଶ ପାଇଥିଲା। ଏଥର ୯୭.୮% ଛାତ୍ରଛାତ୍ରୀ ପାସ୍ କରିଥିଲେ। ତେବେ ପ୍ରକାଶ ପାଇଥିବା ପରୀକ୍ଷାଫଳରେ କେତେକ ଛାତ୍ରଛାତ୍ରୀ ଅସନ୍ତୋଷ ପ୍ରକାଶ କରିଥିଲେ। ସେମାନଙ୍କ ପାଇଁ ବିକଳ୍ପ ଭାବେ ଅଫ୍ ଲାଇନ୍ ପରୀକ୍ଷା ଦେବାର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର। ଜୁଲାଇ ୩୦ ତାରିଖରୁ ଅଫ୍ଲାଇନ୍ ପରୀକ୍ଷା ହେବ।


