ମାଟ୍ରିକ ଟପର ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡ଼ିହି ବ୍ଳକ ଶିକ୍ଷାଅଧିକାରୀ ଙ୍କ କାର୍ଯ୍ୟାଳୟ ପକ୍ଷରୁ ୭୭ତମ ସ୍ୱାଧୀନତା ଦିବସ ଅବସରରେ ବ୍ଳକ ରେ ମାଟ୍ରିକ ପରୀକ୍ଷାରେ ସଫଳତା ଅର୍ଜ୍ଜନ କରିଥିବା ୩ଜଣ ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ଧନେଶ୍ୱର ଖଣ୍ଡେଇ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରୀ ପ୍ରତୀକ୍ଷା ଜେନା, ଅଇସିକାନ୍ତ ବେହେରା, ସ୍ନେହତନ୍ମୟା ପଲେଇ ପ୍ରମୁଖ ତିନିଜଣ ମାଟ୍ରିକ ଟପର ଛାତ୍ରଛାତ୍ରୀ ଙ୍କୁ ପୁଷ୍ପଗୁଚ୍ଛ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏଥିରେ ଏବିଇଓ ଶୁରେଶ କୁମାର ଜେନା, ପ୍ରମୋଦ କୁମାର ନାୟକ, ସ୍ନେହଲତା ମହାରଣା ପ୍ରମୁଖ ଯୋଗଦେଇଥିଲେ। ଶିକ୍ଷକ ପ୍ରଫୁଲ କୁମାର ଜେନା, ସିଆରସିସି ଦେବାଶିଷ ବାରିକ, ଆର୍ତ୍ତତ୍ରାଣ ଯେନା, ବସନ୍ତ ନାଇକ, ଲକ୍ଷ୍ମଣ ମାଝୀ, ହିସାବ ନିରୀକ୍ଷକ, ଗଜେନ୍ଦ୍ର ମହାପାତ୍ର, ବରିଷ୍ଠ କିରାଣୀ ସୁରେନ୍ଦ୍ର ସା, ନୀଳାଦ୍ରି ରାଉତ, ସବ୍ୟସାଚୀ ସା, ସୁଶାନ୍ତ ସାହୁ, ରଶ୍ମିପ୍ରିୟ ମହାନ୍ତି, ସଞ୍ଜୟ ସାହୁ, ବିଘ୍ନରାଜ ଯେନା, କର୍ମଚାରୀ ବ୍ରଜ କିଶୋର ସେଠୀ କାଳନ୍ଦୀ ଯେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


