ମାଟ୍ରିକ ବ୍ୟାଚର ବନ୍ଧୁମିଳନ ଉତ୍ସବ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ) :-ନାଉଗାଁ ବ୍ଲକ ଅନ୍ତର୍ଗତ ଅଲଣାହାଟ ଉଚ୍ଚ ବିଦ୍ୟାଳୟର ୧୯୮୩ ଓ ୧୯୯୧ ମାଟ୍ରିକ ବ୍ୟାଚର ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିସରରେ ଅନୁଷ୍ଟିତ ୧୯୮୩ ବ୍ୟାଚର ବନ୍ଧୁମିଳନ ଉତ୍ସବରେ ରାଜକିଶୋର ମହାନ୍ତି, ବିକ୍ରମ ମହାନ୍ତି, ପ୍ରଶାନ୍ତ ମହାନ୍ତି, ଅଜୟ ମହାନ୍ତି, ଚିତରଂଜନ ମହାନ୍ତି, ଗୌରାଙ୍ଗ ପରିଡା, ବିଜୟ ସାହୁ, ଉପେନ୍ଦ୍ର ବେହେରା, କ୍ଷେତ୍ରମୋହନ ମହାନ୍ତି, ନାରାୟଣ ଦାସ, କବିର ଦାସ, ପ୍ରଭାକର ଗୋଛାୟତ, ଦିଲ୍ଲିପ ସାହୁ, ତରୁଣ ରାୟ ପ୍ରମୁଖ ଯୋଗ ଦେଇ ବିଦ୍ୟାଳୟ ପରିସରକୁ ସଫେଇ କରିବା ସହିତ ବିଦ୍ୟାଳୟର ଉନ୍ନତି ପାଇଁ ଆଲୋଚନା କରିଥିଲେ । ସେହିପରି ୧୯୯୧ ବ୍ୟାଚର ବନ୍ଧୁମିଳନ ଉତ୍ସବ ଅରଖପାରୀ ମା’ବରୁଣେଇ ପୀଠ ପରିସରରେ ଆୟୋଜନ କରାଯାଇଥିଲା । ଦୀର୍ଘ ୩୦ବର୍ଷ ପରେ ସାଙ୍ଗମାନେ ଏକାଠି ହୋଇଥିବାରୁ ନିଜ ନିଜ ଭିତରେ ଭାବବିନିମୟ କରିବା ସହିତ ରଜ ଉତ୍ସବ ପାଳନ କରିଥିଲେ । ଏଥିରେ ସରୋଜ ମହାନ୍ତି, ପ୍ରଦୋଷ ମହାନ୍ତି, ଆଶୁତୋଷ ପାଢୀ, କୌଶିକ ମହାନ୍ତି, ଚିତରଂଜନ ପରିଡା, ବିନୋଦ ପରିଡା, ସୁରେଶ ବେହେରା, ଶ୍ରୀୟା ମାଧବ ଦାସ, ତୋଫାନ ରାୟଙ୍କ ସମେତ ୧୫୦ରୁ ଉର୍ଦ୍ଧ୍ୱ ବନ୍ଧୁମାନେ ଉପସ୍ଥିତ ଥିଲେ ।


