ମାଟ୍ରିକ ସମେଟିଭ ଏସେସମେଣ୍ଟ -୨ ପରୀକ୍ଷା ଆରମ୍ଭ : ପରୀକ୍ଷା କେନ୍ଦ୍ରରେ ୧୯୪୩ ଉପସ୍ଥିତ , ଅନୁପସ୍ଥିତ ୧୩୪ 

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) :-ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି ଅନୁସାରେ ମାଧ୍ୟାମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ ସମେଟିଭ ଏସେସମେଣ୍ଟ-୨ ପରୀକ୍ଷା ଶୁକ୍ରବାର ଠାରୁ ଆରମ୍ଭ ହୋଇଛି । ପ୍ରଥମ ଦିବସ ଇଂରାଜୀ ବିଷୟ ପରୀକ୍ଷାରେ ହିଞ୍ଜିଳିକାଟୁ ବ୍ଲକ୍ ଓ ପୈାରାଞ୍ଚଳର ୯ କେନ୍ଦ୍ରରେ ମୋଟ ୨୦୭୭ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୯୪୩ ଜଣ ପରୀକ୍ଷାର୍ଥୀ ଉପସ୍ଥିତ ଥିବା ବେଳେ ୧୩୪ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିବା ହିଞ୍ଜିଳିକାଟୁ ଗୋଷ୍ଠୀ ଶିକ୍ଷାଧିକାରୀ ଏସ ଗିରିଧରଙ୍କ ଠାରୁ ସୂଚନା ମିଳିଛି । ହିଞ୍ଜିଳିକାଟୁ ପୈାରାଞ୍ଚଳ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ୫୭୩ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୫୫୧ ଉପସ୍ଥିତ ଥିବା ବେଳେ ୨୨ ଜଣ ଅନୁପସ୍ଥିତ ଥିଲେ। ଏନଏସି ହାଇସ୍କୁଲରେ ୧୬୯ରୁ ୯ ଜଣ , ବୁରୁପୋଡା ଭଗବତୀ ବିଦ୍ୟାପୀଠରେ ୧୯୩ରୁ ୯ଜଣ, ପୋଡିଙ୍ଗି ଶ୍ୟାମଳାଇ ବିଦ୍ୟାପିଠରେ ୧୨୩ ରୁ ୯ଜଣ, ମକରଝୋଳ ହାଇସ୍କୁଲରେ ୧୯୩ ରୁ ୫ଜଣ, ସାରୁ ହାଇସ୍କୁଲରେ ୧୬୯ ରୁ ୨୦ ଜଣ, କଞ୍ଚୁରୁ ହାଇସ୍କୁଲରେ ୨୦୭ରୁ ୧୧ଜଣ, ଗଣ୍ଡଳା ଗଣେଶ ବିଦ୍ୟାପିଠରେ ୨୯୩ ରୁ ୩୫ ଜଣଓ ସାହାପୁର ଗ୍ରାମ ପଞ୍ଚାୟତ ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ୧୫୭ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୪ ଜଣ ଅନୁପସ୍ଥିତ ଅଛନ୍ତି । ପ୍ରଥମ ଦିବସରେ  ଶାନ୍ତି ଶୃଙ୍ଖଳାର ସହ ପରୀକ୍ଷା ଶେଷ ହୋଇଛି । ପର୍ଯ୍ୟବେକ୍ଷକ ଭାବେ ତହସିଲଦାର ପ୍ରଭାତ କୁମାର ପରିଡ଼ା, ବିଡ଼ିଓ ସୁବ୍ରତ କୁମାର ଜେନା, ପୈାର ନିର୍ବାହୀ ଅଧିକାରୀ ଡ଼ଃ ମନୋରଞ୍ଜନ ସାହୁ, ସିଡିପିଓ ଅଂଶୁପା ସାହୁ, ଏଟିଓ ସୁନିଲ କୁମାର ପ୍ରଧାନ, ଏବିଡିଓ ଅରୁଣ ପ୍ରଧାନ, ଏବିଇଓ ସୁଶିଳ କୁମାର ପାତ୍ର, ବାଳକୃଷ୍ଣ ପାତ୍ର,ଜିପିଇଓ ପ୍ରଶାନ୍ତ କୁମାର ରଥ ପ୍ରମୁଖ ଅଧିକାରୀ ବିଭିନ୍ନ ପରୀକ୍ଷା କେନ୍ଦ୍ରଗସ୍ତ କରି ପରିଦର୍ଶନ କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ