ମା’ଡାକ ଶୁଣିବା ପୂର୍ବରୁ ଗର୍ଭବତୀ ମହିଳାଙ୍କ ମୃତ୍ୟୁ
ରାଇରଙ୍ଗପୁର,(ଅକ୍ଷୟ ବିଶ୍ବାଳ):ଶିଶୁ ଓ ମାତୃ ମୃତ୍ୟୁହାରକୁ ରୋକିବା ପାଇଁ ସରକାର ବହୁ ମାତୃକଲ୍ୟାଣକାରୀ ଯୋଜନା କରିଛନ୍ତି । ତଦସହ ସ୍ବାସ୍ଥ୍ୟ ବିଭାଗ ପାଇଁ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ।ହେଲେ କେଉଁଠି ନା କେଉଁଠି କିଛି ତୃଟି ରହିଛି ଯାହା ଫଳରେ ଶିଶୁ ଓ ମାତୃ ମୃତ୍ୟୁ ହାର କମୁ ନାହଁ । ଏଭଳି ଏକ ଦୁଃଖଦ ଘଟଣା ଘଟିଯାଇଛି ମୟୂରଭଂଜ ଜିଲ୍ଲାର ତିରିଂ ଥାନା ଅନ୍ତର୍ଗତ ସାନଡାଳିମା ଗାଁରେ । ପ୍ରକାଶ ଥାଉକି ସାନ ଡାଳିମା ଗାଁର ଗର୍ଭବତୀ ମହିଳା ସଂଜୁଲତା ପାତ୍ର(୨୭) ସ୍ବାମୀ ନାରାୟଣ ପାତ୍ରଙ୍କର ଶନିବାର ଦିନ ସ୍ବାସ୍ଥ୍ୟ ବିଗାଡିବା ଏବଂ ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।ପରେ ପରିସ୍ଥିତି ଜଟିଳ ହେବାରୁ ବାରିପଦା ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ରାସ୍ତାରେ ଅଧିକ ରକ୍ତସ୍ରାବ ହୋଇଥିଲା ଏବଂ ଅକ୍ସିଜେନ ଦେଇ ବାରିପଦା ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ବାରିପଦା ହସ୍ପିଟାଲରେ ତାଙ୍କ ଚିକିତ୍ସାରେ ଅବହେଳା ଯୋଗୁଁ ଗର୍ଭବତୀ ମହିଳା ଓ ଶିଶୁର ମୃତ୍ୟୁ ହୋଇଥିଲା । ବାରିପଦା ହସ୍ପିଟାଲରେ ରବିବାର ସକାଳ ୮.୩୦ ଟା ସମୟରେ ପ୍ରାଣବାୟୁ ଉଡି ଯାଇଥିଲା । ରବିବାର ଦିନ ତାଙ୍କର ଇଶ୍ଯୁ ଡେଟ୍ ଥିଲା । ଶିଶୁ କୁଆଁ କୁଆଁ ଡାକ ପୂର୍ବରୁ ମା ଓ ଶିଶୁ ଉଭୟ ଆଖି ବୁଜି ଦେଲେ । କେଉଁ ପରିସ୍ଥିତିରେ ମା ଓ ଶିଶୁ ଆଖି ବୁଜି ଦେଲେ ।ତ୍ରୁଟି ରହିଲା କେଉଁଠି । ପରିବାର ଲୋକେ ନା ଡାକ୍ତର ଙ୍କ ଅବହେଳା ! ଗର୍ଭବତୀ ମହିଳାଙ୍କର ପେଟ ଭିତରେ ଥିବା ଶିଶୁ ଟି ମୃତ ଥୀଲା ନା ଜୀବନ୍ତ ଥିଲା । ଯଦି ତା’ର ଅବସ୍ଥା ଶୋଚନୀୟ ଥିଲା ତାହାହେଲେ ଶିଶୁଟିକୁ ଅସ୍ତ୍ରୋପଚାର ମାଧ୍ୟମରେ ବାହାର କରାଯାଇ ଶିଶୁ ର ଜୀବନ ବଞ୍ଚା ଯାଇ ପାରିଥାନ୍ତା । ତେଣୁ ଉଚ୍ଚ ସ୍ତରୀୟ ତଦନ୍ତ ହେଲେ ଅସଲି ଘଟଣାର ତଥ୍ୟ ମିଳିବ ।