ମାଣିକେଶ୍ବର ନୋଡାଲ ଉଚ୍ଚବିଦ୍ୟପୀଠରେ ବିଜ୍ଞାନ ମେଳା

କୋଦଳା :- (ଯୁଗାବ୍ଦ ନ୍ୟୁଜ) ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଫାସି ସ୍ଥିତ ମାଣିକେଶ୍ବର ନୋଡାଲ ଉଚ୍ଚବିଦ୍ୟା ପୀଠରେ ଆଜି ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ପ୍ରଧାନଶିକ୍ଷକ ସନ୍ତୋଷ କୁମାର ରଣହାନ୍ଦୋଳଙ୍କ ତତ୍ୱାବଧାନରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଷଷ୍ଠ ଶ୍ରେଣୀ ଠାରୁ ଦଶମ ଶ୍ରେଣୀର ପ୍ରାୟ ଏକତିରିଶି ଜଣ ଭାଗ ନେଇଥିଲେ । ସେଥି ମଧ୍ୟରୁ ପାଞ୍ଚ ଜଣ ଛାତ୍ରଛାତ୍ରୀଙ୍କୁ ବ୍ଲକ ସ୍ତରୀୟ ପାଇଁ ବଛାଯାଇଥିଲା । ପ୍ରଥମ ସ୍ଥାନରେ ଓମ ପ୍ରକାଶ ପାଢ଼ୀ, ଦ୍ୱିତୀୟ ସୁଭାଶିଷ ପାଢ଼ୀ, ତୃତୀୟ ଅଞ୍ଜଳି ମିଶ୍ର, ଚତୃର୍ଥ ପ୍ରଭାତ ସାଠୁଆ ଓ ପଞ୍ଚମ ଆୟାସା ମହାରଣାଙ୍କୁ ବଛାଯାଇଥିଲା । ଏହି ଛାତ୍ରଛାତ୍ରୀ ମାନେ ଆଗାମୀ ଦିନରେ ହେବାକୁ ଥିବା ବ୍ଲକ ସ୍ତରୀୟ ବିଜ୍ଞାନ ମେଳାରେ ଭାଗନେବେ । ଏଥିରେ ସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ପୂର୍ଣ୍ଣ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ