ମାଣିକେଶ୍ଵର ହାଇସ୍କୁଲ ରେ ବନମହୋତ୍ସବ
ରାଇକିଆ,(ଓ୍ୱାଇଏନ୍ଏସ୍): କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକର ମାଣିକେଶ୍ଵର ହାଇ ସ୍କୁଲରେ ବନ ବିଭାଗ ତରଫରୁ ପାଳିତ ହୋଇ ଯାଇଛି । ଜୁଲାଇ ପ୍ରଥମ ସପ୍ତାହରୁ ରାଜ୍ୟ ବ୍ୟାପି ପାଳିତ ହେଉଥିବା ବନ ମହୋତ୍ସବ କାର୍ଯ୍ୟକ୍ରମ ଅବସରରେ ମାଣିକେଶ୍ଵର ହାଇ ସ୍କୁଲ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା । ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରବି ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ମାଣିକେଶ୍ଵର ସରପଞ୍ଚ ଭୂଷଣ ପ୍ରଧାନ ଯୋଗ ଦେଇ ପରିବେଶ ସଚେତନତା ଉପରେ କହିବା ସହ ବୃକ୍ଷ ରୋପଣରେ ସାମିଲ ଥିବା ସମସ୍ତ ଶିକ୍ଷକ ଏବଂ ଛାତ୍ର ଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ । ବନ ବିଭାଗ ତରଫରୁ ଫରେଷ୍ଟର ମାଣିକେଶ୍ଵରୀ ପଟ୍ଟନାୟକ, ଅଜିତ୍ କୁମାର ପ୍ରଧାନ, ଫରେଷ୍ଟ ଗାର୍ଡ ଅଜିତ୍ ଗଣ୍ଡ ଯୋଗ ଦେଇଥିଲେ ।


