ମାଣିତରାରେ ଆୟୁଷ୍ମାନ ଭଵଃ ଗ୍ରାମସଭା କାର୍ଯ୍ୟକ୍ରମ

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ବ୍ଲକର କରୁଣା ଟ୍ରଷ୍ଟ ପରିଚାଳିତ ମାଣିତରା ସରକାରୀ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପକ୍ଷରୁ ମାଣିତରା ପଞ୍ଚାୟତ ସଭା ଗୃହରେ ” ଆୟୁଷ୍ମାନ ଭଵଃ” ଗ୍ରାମସଭା ଅକ୍ଟୋବର ୨ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ମାଣିତରା ମେଡ଼ିକାଲ ଅଫିସର ଡାକ୍ତର ଦୟାନିଧି ରାଉତ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ଡାକ୍ତର ଦୁର୍ଗା ପ୍ରସାଦ ବିଶ୍ବାଳ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ଉପ ସ୍ୱାସ୍ଥ୍ୟ କେନ୍ଦ୍ର ମହିଳା ସ୍ୱାସ୍ଥ୍ୟ କର୍ମୀ ପ୍ରତିମା ସ୍ବାଇଁଙ୍କ ସମେତ ଅଙ୍ଗନୱାଡି କର୍ମୀ, ଆଶା କର୍ମୀ, ଅନ୍ୟାନ୍ୟ ମହିଳା କର୍ମୀ ଓ ଜନସାଧାରଣ ଯୋଗଦେଇଥିଲେ। ମାଣିତରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ମିଳୁଥିବା ବିଭିନ୍ନ ସୁବିଧା ବିଷୟରେ ଡାକ୍ତର ରାଉତ ଓ ଡାକ୍ତର ବିଶ୍ୱାଳ ସରକାରଙ୍କ ବିଭିନ୍ନ ସ୍ୱାସ୍ଥ୍ୟ ଯୋଜନା ବିଷୟରେ ଆଲୋକପାତ କରିଥିଲେ। ସ୍ୱାସ୍ଥ୍ୟ ସେବା ମଧ୍ୟରେ ଗର୍ଭବତୀ ମହିଳାଙ୍କ ଯତ୍ନ, ନବଜାତ ଶିଶୁଙ୍କ ଯତ୍ନ, କିଶୋର କିଶୋରୀ ଙ୍କ ଯତ୍ନ, ଜରୁରୀ କାଳୀନ ସ୍ୱାସ୍ଥ୍ୟ ସେବା, ମାଗଣା ଔଷଧ, ବିଭିନ୍ନ ନମୁନା ପରୀକ୍ଷା, ଅଧିକ ମୋବାଇଲ ସ୍ୱାସ୍ଥ୍ୟ ସେବା ପାଇଁ ବ୍ରହ୍ମପୁର ଓ ବୁଗୁଡା ମେଡ଼ିକାଲ ଡାକ୍ତରଙ୍କ ସହ ଆଲୋଚନା ଓ ଚିକିତ୍ସା ସୁବିଧା ଏବଂ ଅନ୍ୟାନ୍ୟ ବହୁ ସୁବିଧା ବିଷୟରେ ଡାକ୍ତର ଦ୍ବୟ ଜନସାଧାରଣଙ୍କୁ ଅବଗତ କରାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ