ମାଣିତରାରେ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ବୁଗୁଡା,(ଅନିଲ କୁମାର ମହାରଣା): ରାଷ୍ଟ୍ରିୟ ବ୍ରାହ୍ମଣ ମହାସଂସ୍ଥା ଓ ଓଡ଼ିଶା ବ୍ରାହ୍ମଣ ସମିତି ଆନୁକୂଲ୍ୟରେ ସେପ୍ଟେମ୍ବର ୬ ତାରିଖ ରବିବାର ଦିନ ମାଣିତରା ଭାରତ ନିର୍ମାଣ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ସଭା ଗୃହରେ କରୋନା ଯୋଦ୍ଧାଙ୍କୁ “କୋଭିଡ-୧୯ ଯୋଦ୍ଧା ସମ୍ମାନ”ରେ ସମ୍ବର୍ଦ୍ଧିତ କରା ଯାଇଥିଲା। ଓଡ଼ିଶା ବ୍ରାହ୍ମଣ ସମିତି ରାଜ୍ୟ ଅଧ୍ୟକ୍ଷ ମନୋଜ କୁମାର ପାଣିଗ୍ରାହୀଙ୍କ ନେତୃତ୍ବରେ ଓଡ଼ିଶା ବ୍ରାହ୍ମଣ ସମିତି ଆଞ୍ଚଳିକ ଅଧ୍ୟକ୍ଷ କାଳୀ ଚରଣ ମିଶ୍ର, ଉପାଧ୍ୟକ୍ଷ ଦୁର୍ଗା ମାଧବ ପାଣି, ମୁଖ୍ୟ ପରିଚାଳକ ଚିତ୍ତରଞ୍ଜନ ଦାଶ,କାର୍ଯ୍ୟକାରୀ ସଦସ୍ୟ ପ୍ରଫୁଲ ଚନ୍ଦ୍ର ଦାଶ,କେଶବ ଚନ୍ଦ୍ର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି କରୋନା ଯୋଦ୍ଧାଙ୍କୁ “କୋଭିଡ-୧୯ ଯୋଦ୍ଧା ସମ୍ମାନ” ରେ ସମ୍ବର୍ଦ୍ଧିତ କରିଥିଲେ। ଏହି ସମ୍ବର୍ଦ୍ଧନା ଉତ୍ସବରେ ମାଣିତରା ପଞ୍ଚାୟତ ସରପଞ୍ଚ ଶାନ୍ତିଲତା ନାୟକ, ଜିଲ୍ଲା ପରିଷଦ ସଦସ୍ୟା ଭୁବନେଶ୍ୱରୀ ଖଟେଇ, ସମିତି ସଭ୍ୟା ସୁଜାତା କୁମାରୀ ପ୍ରଧାନ, ନାଏବ ସରପଞ୍ଚ କାଳୁ ଚରଣ ପ୍ରଧାନ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଖଦାଳ ଖଟେଇ, ସମାଜସେବୀ ବବୁଲ ନାୟକ,ପ୍ରଭାତ କୁମାର ପ୍ରଧାନ,ସନକ କୁମାର ବିଶ୍ବାଳ,ଓ ଅଭିଳାଷ ମହାରଣା, ଅଧ୍ୟାପକ ଦିଲ୍ଲୀପ କୁମାର ଆଚାର୍ଯ୍ୟ, ସାମ୍ବାଦିକ ଅଭିମନ୍ୟୁ ମିଶ୍ର, ଦିଲ୍ଲୀପ କୁମାର ଖଡଙ୍ଗା,ଓ ସ୍ୱରୁପ ସୁମନ ମହାରଣା,ଏବଂ ପଞ୍ଚାୟତର କର୍ମଚାରୀ ଦ୍ବୟ ସଚ୍ଚିଦାନନ୍ଦ ଖଡାଙ୍ଗା ଓ ସତ୍ୟ ନାରାୟଣ ଦାଶ ପ୍ରମୁଖଙ୍କୁ ଉପଢୌକନ ଓ ମାନପତ୍ର ପ୍ରଦାନ କରି “କୋଭିଡ-୧୯ ଯୋଦ୍ଧା ସମ୍ମାନ” ରେ ସମ୍ବର୍ଦ୍ଧିତ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ