ମାଣିତରାରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ
ବୁଗୁଡା,(ଯୁଗାବ୍ଦ ନ୍ୟୁଜ୍) : ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରାରେ କୁମାର ପୂର୍ଣ୍ଣିମା ତଥା ମା ଗଜଲକ୍ଷ୍ମୀଙ୍କ ପୂଜା ପାଇଁ ଗ୍ରାମ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଉତ୍ସବ ମୁଖର ହୋଇ ଉଠିଛି । ମା ଙ୍କ ଦର୍ଶନ କରିବା ନିମନ୍ତେ ସକାଳୁ ସକାଳୁ ଅସ୍ଥାୟୀ ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ ଜମି ଥିବା ବେଳେ ବ୍ରାହ୍ମଣଙ୍କ ମନ୍ତ୍ର ଧ୍ୱନିରେ ପ୍ରକମ୍ପିତ ହୋଇଉଠିଛି ପୂଜା ପୀଠ ।ମା ଙ୍କ ପୂଜାର୍ଚ୍ଚନାରେ କୁମୂଦ ଚନ୍ଦ୍ର ମିଶ୍ର ପୁରୋହିତ୍ୟ କରିଥିବା ବେଳେ କର୍ତ୍ତାଭାବେ ସୁଶାନ୍ତ ବେହେରା ଓ ତାଙ୍କ ଧର୍ମପତ୍ନୀ ମିନତୀ ବେହେରା କାର୍ଯ୍ୟକ୍ରମ ସଂମ୍ପାଦନ କରିଥିଲେ । ଭକ୍ତଙ୍କ ଶାନ୍ତି ଶୃଙ୍ଖଳା ଦୃଷ୍ଟିରୁୂ ପୂଜା କମିଟି ପକ୍ଷରୁ ସୂୁପରିଚାଳନାର ବ୍ୟବସ୍ଥା କରାଯାଇଛି ।