ମାଣିତରାରେ ପ୍ରସିଦ୍ଧ ଗାଲେରୀ ଦଣ୍ଡ

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ବ୍ଲକର ମାଣିତରା ଗ୍ରାମରେ ଏପ୍ରିଲ ୬ ତାରିଖ ଦିନ ପ୍ରସିଦ୍ଧ ଗାଲେରୀ ଦଣ୍ଡ ହୋଇଥିବା ବେଳେ ଦଶ ହଜାରରୁ ଉର୍ଦ୍ଧ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଗାଲେରୀ ଦଣ୍ଡ କରିବା ପାଇଁ ମାନସିକ କରିଥିବା ଦେବରାଜ ପଣ୍ଡା ଦୀର୍ଘ ୨୦ ବର୍ଷରୁ ଉର୍ଦ୍ଧ ସମୟ ଆପେକ୍ଷା କରିବା ପରେ ମା କାଳୀଙ୍କ ଆଶୀର୍ବାଦରୁ ଚଳିତ ବର୍ଷ ତାହା ପୂରଣ ହୋଇପାରିଛି। ଗଞ୍ଜାମ ଜିଲ୍ଲାର ଦଣ୍ଡ ନାଚକୁ ସରକାର ଲୋକନୃତ୍ୟ ଭାବେ ମାନ୍ୟତା ଦେଇଥିଲେ ମଧ୍ୟ ଜନସାଧାରଣ ଦଣ୍ଡ ନାଚକୁ ମା କାଳୀଙ୍କ ପୂଜା ଭାବେ ଗ୍ରହଣ କରିଥାନ୍ତି। ସର୍ବାଧିକ ୨୧ ଦିନ ପୂର୍ବରୁ ଦଣ୍ଡ ନାଚ ଆରମ୍ଭ ହୋଇ ମେରୁ ସଂକ୍ରାନ୍ତି ବା ମାସନ୍ତ ଦିନ ଉଦଯାପିତ ହୋଇଥାଏ। ଆଜି ମାଣିତରାରେ ଗାଲେରୀ ଦଣ୍ଡ ହେଉଥିବା ବେଳେ ଆସନ୍ତା କାଲି ଅର୍ଥାତ ଏପ୍ରିଲ ୭ ତାରିଖ ଦିନ ବୁଗୁଡା ବ୍ଲକ ଅନ୍ତର୍ଗତ ଶଙ୍କୁରୁ ଗ୍ରାମରେ ଅନୁଷ୍ଠିତ ହେବ। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ସ୍ୱେଚ୍ଛାସେବୀମାନେ ରହିଥିବା ବେଳେ ବୁଗୁଡା ପୋଲିସ ବାହିନୀ ମଧ୍ୟ ରହିଥିଲେ। ବୁଗୁଡା ପୋଲିସ ଆଇଆଇସି ପ୍ରଭାତ ରଞ୍ଜନ ମହାନ୍ତି ମଧ୍ୟ ମାଣିତରା ଯାଇ ଅନୁଧ୍ୟାନ କରି ଫେରିଥିଲେ। ଶାନ୍ତି ଶୃଙ୍ଖଳା ସହ ମାନସିକଧାରୀଙ୍କ ଧୂଳି ଦଣ୍ଡ, ଅଗ୍ନି ଦଣ୍ଡ ଓ ପାଣି ଦଣ୍ଡ ଅନୁଷ୍ଠିତ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ