ମାଣିତରାରେ ରକ୍ତଦାନ ଶିବିର, ୮୯ ୟୁନିଟ ରକ୍ତ ସଂଗ୍ରହ

ବୁଗୁଡା,(ଅନିଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲା, ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ମା ସେନାପତି ଯୁବକ ସଙ୍ଘ ଆନୁକୂଲ୍ୟରେ ଡିସେମ୍ବର ୧୦ ତାରିଖ ଦିନ ମାଣିତରା ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ୮୯ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ଯୁବକ ସଙ୍ଘ ସଭାପତି ଅଭିଳାଷ ମହାରଣା ଓ ସମ୍ପାଦକ ଏସ.ଯୋଗେନ୍ଦ୍ର ନାଥ ଚୌଧୁରୀଙ୍କ ନେତୃତ୍ୱରେ ପରିଚାଳିତ ଏବଂ ଆମ ଓଡ଼ିଶା ସମ୍ବାଦ ଓ ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବ ରେଡକ୍ରସ ସହଯୋଗରେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ରକ୍ତଦାନ ଶିବିରର ଉଦଘାଟନୀ କାର୍ଯ୍ୟକ୍ରମରେ ମାଣିତରା ସରପଞ୍ଚଙ୍କ ପ୍ରତିନିଧି ବବୁଲ ନାୟକ, ବୁଗୁଡା ପ୍ରେସ କ୍ଳବ ସଭାପତି ଅନୀଲ କୁମାର ମହାରଣା, ଓ ଅଧ୍ୟାପକ ଦିଲ୍ଲୀପ କୁମାର ଆଚାର୍ଯ୍ୟ ଯୋଗଦେଇଥିଲେ। ଆମ ଓଡ଼ିଶା ସମ୍ବାଦ ସଂଯୋଜକ ଅନୀଲ କୁମାର ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଭଞ୍ଜନଗର ରକ୍ତ ଭଣ୍ଡାର ପକ୍ଷରୁ ଚିତ୍ତରଞ୍ଜନ ଖଟୁଆ, ବିଷ୍ଣୁ ପ୍ରସାଦ ମିଶ୍ର, ନାରାୟଣ ପାଢ଼ୀ, ଇତିଶ୍ରୀ ତ୍ରିପାଠୀ, ସିମାଞ୍ଚଳ ସେଠି, ନାରାୟଣ ବେହେରା, ପ୍ରମୋଦ କୁମାର ପ୍ରଧାନ ଓ ବିପିନ କୁମାର ପାଣିଗ୍ରାହୀ ୮୯ ଜଣ ରକ୍ତଦାତାଙ୍କ ଠାରୁ ୮୯ ୟୁନିଟ ରକ୍ତ ସଂଗ୍ରହ କରିଥିଲେ। ମା ସେନାପତି ଯୁବକ ସଙ୍ଘର ସମସ୍ତ ସଦସ୍ୟଙ୍କ ଆନ୍ତରିକ ଉଦ୍ୟମରେ ଏହି ମେଗା ରକ୍ତଦାନ ଶିବିର ସଫଳ ହୋଇପାରିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ