ମାଣିତରାରେ ସତ୍ୟସାଇ ବାବାଙ୍କ ୯୭ତମ ଜୟନ୍ତୀ

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ଶ୍ରୀ ସତ୍ୟସାଇ ଭଜନ ମଣ୍ଡଳୀ ପକ୍ଷରୁ ଶ୍ରୀ ସତ୍ୟସାଇ ବାବାଙ୍କ ୯୭ ତମ ଜୟନ୍ତୀ ପାଳନ ହୋଇଯାଇଛି। ମାଣିତରା ଭଜନ ମଣ୍ଡଳୀ କେନ୍ଦ୍ରର ଆବାହକ ଦିବାକର ସାମନ୍ତରାୟଙ୍କ ତତ୍ତ୍ୱାବଧାନରେ ପ୍ରାତଃ ସମୟରେ ଓଁକାରମ୍, ସୁପ୍ରଭାତମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହାପରେ ବାବାଙ୍କ ସୁସଜିତ ରଥ ସହ ଗ୍ରାମର ଶ୍ରଦ୍ଧାଳୁ ଓ ବାଳବିକାଶ ସଦସ୍ୟଙ୍କ ସହ ଗ୍ରାମର ପ୍ରତି ସାହି ପରିକ୍ରମା କରାଯାଇଥିଲା। ଗ୍ରାମର ଶ୍ରଦ୍ଧାଳୁ ବୃନ୍ଦ ନିଜ ଘର ସମ୍ମୁଖରେ ପ୍ରଦୀପ ପ୍ରଜ୍ଜ୍ଵଳନ ଓ ପୂର୍ଣ୍ଣକୁମ୍ଭ ସ୍ଥାପନ କରି ହୁଳହୁଳି ନାଦ କରିଥିଲେ। ଏହାପରେ ପୂଜା ଓ ହୋମ ଯଜ୍ଞ ଅନୁଷ୍ଠିତ ହୋଇଥିଲା। ଅନ୍ନପ୍ରାସାଦ ସେବନ ସହ ଗରିବ ଅସହାୟଙ୍କୁ ଶୀତ ବସ୍ତ୍ର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ପିତାମ୍ବର ରାଉତ, ଉତ୍ତମ ପ୍ରଧାନ, ପିତାମ୍ବର ପଣ୍ଡା, ରମେଶ ଚନ୍ଦ୍ର ରାଉତ, ଅନିଲ କୁମାର ପ୍ରଧାନ, ବିନୋଦ କୁମାର ପ୍ରଧାନ, ପାଣୁ ଚରଣ ଗୌଡ଼, ପୁଷ୍ପାଞ୍ଜଳି ମହାରଣା, ରୁନିତା ପ୍ରଧାନ, ସଞ୍ଜୁଲତା ସାମନ୍ତରାୟ, ସୌଦାମିନୀ ସାମନ୍ତରାୟ ପ୍ରମୁଖଙ୍କ ସମେତ ବହୁ ସାଇଭକ୍ତ ଓ ସାଇପ୍ରେମୀ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ