ମାଣିତରାରେ ସ୍ୱାସ୍ଥ୍ୟ ସମ୍ପର୍କ ଓ ଜନ ସମ୍ବାଦ କାର୍ଯ୍ୟକ୍ରମ

ବୁଗୁଡା, (ଅନିଲ କୁମାର ମହାରଣା):ମିଶନ ନିର୍ଦ୍ଦେଶାଳୟ, ଜାତୀୟ ସ୍ୱାସ୍ଥ୍ୟ ମିଶନ ଓ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କରୁଣା ଟ୍ରଷ୍ଟ ପରିଚାଳିତ ମାଣିତରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଆନୁକୂଲ୍ୟରେ “ସ୍ୱାସ୍ଥ୍ୟ ସମ୍ପର୍କ ଓ ଜନ ସମ୍ବାଦ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମାଣିତରା ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ମାଣିତରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ଡାକ୍ତର ଦୟାନିଧି ରାଉତ ଓ ଡାକ୍ତର ଦୁର୍ଗା ପ୍ରସାଦ ବିଶ୍ୱାଳ, ସିଡ଼ିପିଓ ବବିତା ପଣ୍ଡା, ସରପଞ୍ଚ ପ୍ରକାଶ ବେହେରା ଓ ସମିତି ସଭ୍ୟ ଜୟଦେବ ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିଲେ। ଡାକ୍ତର ରାଉତ ଓ ଡାକ୍ତର ବିଶ୍ୱାଳ ପ୍ରକାଶ କରିଥିଲେ ଯେ ସ୍ୱାସ୍ଥ୍ୟ ସମ୍ପର୍କ କାର୍ଯ୍ୟକ୍ରମ ରାଜ୍ୟର ୧୫ ଟି ଜିଲ୍ଲାର ୩୫ ଟି ବ୍ଲକରେ ସହଭାଗିତା ମାଧ୍ୟମରେ ପରିଚାଳିତ ୪୦ ଗୋଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟକାରୀ କରାଯାଉଛି। ସେଥି ମଧ୍ୟରୁ କରୁଣା ଟ୍ରଷ୍ଟ ପରିଚାଳିତ ମାଣିତରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଅନ୍ୟତମ। ସରକାରୀ ଓ ବେସରକାରୀ ସହଭାଗିତାରେ ଏହି ସବୁ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ପରିବର୍ତ୍ତନ କରାଯାଇ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ରଖାଯାଇଛି। ଜନ ଆରୋଗ୍ୟ ସମିତି ଓ ଗାଁ କଲ୍ୟାଣ ସମିତି ସହଯୋଗରେ ଜନସାଧାରଣଙ୍କ ସ୍ଵାସ୍ଥ୍ୟର ସୁରକ୍ଷା ପାଇଁ କାର୍ଯ୍ୟକରୁଅଛି। ସ୍ୱାସ୍ଥ୍ୟ ଓ ଆରୋଗ୍ୟ ପାଇଁ ଗୋଷ୍ଠୀ ସହଯୋଗରେ ଆଲୋଚନା ମାଧ୍ୟମରେ ଜନ ସମ୍ବାଦ ଦ୍ୱାରା ଅସୁବିଧା ଦୂର ହୋଇ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଥିବା ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ପଞ୍ଚାୟତ କର୍ମଚାରୀ, ଆଶା କର୍ମୀ, ଅଙ୍ଗନୱାଡି କର୍ମୀ ଓ ଜନସାଧାରଣ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ମେଡ଼ିକାଲର ସଂଯୋଜକ ଚିତ୍ତରଞ୍ଜନ ପ୍ରଧାନ, ଟେକିନସିଆନ କାଳୀ ପ୍ରସାଦ ସାହୁ, ଫାର୍ମାସିଷ୍ଟ ସରୋଜ କୁମାର ପଟ୍ଟନାୟକ, ମହିଳା ସ୍ୱାସ୍ଥ୍ୟ କର୍ମୀ କୃଷ୍ଣପ୍ରିୟା ପଣ୍ଡା ଓ ଗଙ୍ଗା ସାହାଣୀ ଏବଂ ଉପକେନ୍ଦ୍ର ମହିଳା ସ୍ୱାସ୍ଥ୍ୟ କର୍ମୀ ପ୍ରତିମା ସ୍ୱାଇଁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ