ମାଣିତରା ପଞ୍ଚାୟତ ସମେତ ଆଉ ୫ଟି ପଞ୍ଚାୟତରେ କିଶୋରୀ ମେଳା ଅନୁଷ୍ଠିତ

ବୁଗୁଡା,(ଅନିଲ କୁମାର ମହାରଣା) :ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ପଞ୍ଚାୟତ ସମେତ ଗୋଲିଆ, ଅନ୍ତରପଡା, ବାଲିପଦର, ପୋଚାଲୁଣ୍ଡି, ଓ ବି.କରଡାବଡ଼ି ପଞ୍ଚାୟତରେ ଜାନୁଆରୀ ୨୦ ତାରିଖ ଦିନ ବୁଗୁଡା ବ୍ଲକ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ଆନୁକୂଲ୍ୟରେ କିଶୋରୀ ମେଳା ଅନୁଷ୍ଠିତ ହୋଇଯାଇଛି। ମାଣିତରା ପଞ୍ଚାୟତ ସଭା ଗୃହରେ ଅନୁଷ୍ଟିତ କିଶୋରୀ ମେଳା କାର୍ଯ୍ୟକ୍ରମରେ ବୁଗୁଡା ସିଡ଼ିପିଓ ବବିତା କୁମାରୀ ପଣ୍ଡା ଅଧ୍ୟକ୍ଷତା କରିଥିଲେ। ଅତିଥି ଭାବେ ମାଣିତରା ପଞ୍ଚାୟତ ସରପଞ୍ଚ ପ୍ରକାଶ ଚନ୍ଦ୍ର ବେହେରା ଓ ସମିତି ସଭ୍ୟ ଜୟଦେବ ପ୍ରଧାନ, ମାଣିତରା ମେଡ଼ିକାଲ ଅଫିସର ଡାକ୍ତର ଦୟାନିଧି ରାଉତ, ମାଣିତରା ଅଞ୍ଚଳ ପରିଦର୍ଶିକା ଗୀତାଞ୍ଜଳୀ ବଡମୁଣ୍ଡି, ମାଣିତରା ହାଇସ୍କୁଲ ସହକାରୀ ଶିକ୍ଷକ ଖଡାଳ ରାଉତ, ଏଏନଏମ ପ୍ରତିମା ସ୍ୱାଇଁ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ କିଶୋରୀ ବାଳିକାଙ୍କ ଶିକ୍ଷା, ପୃଷ୍ଟିକର ଖାଦ୍ୟ ଓ ସ୍ୱାସ୍ଥ୍ୟ ବିଷୟରେ ଆଲୋଚନା ହୋଇଥିଲା। କିଶୋରୀ ବାଳିକାମାନଙ୍କ ଓଜନ, ଉଚ୍ଚତା ଓ ହିମୋଗ୍ଲୋବିନ ପରୀକ୍ଷା କରାଯାଇଥିଲା। ବାଲ୍ୟ ବିବାହ ଶୁନ୍ୟ ପଞ୍ଚାୟତ ଗଠନ ପାଇଁ ସମସ୍ତେ ଚେଷ୍ଟା କରିବା ପାଇଁ ଶପଥ ପାଠ କରିଥିଲେ। ମାଣିତରା ପଞ୍ଚାୟତର ୧୬ ଜଣ ଅଙ୍ଗନୱାଡି କର୍ମୀ ଓ ସହାୟିକା ଙ୍କ ସମେତ ଆଶା କର୍ମୀ ଓ କିଶୋରୀ ବାଳିକା ବୃନ୍ଦ ଯୋଗଦେଇଥିଲେ। ଶେଷରେ ଅଙ୍ଗନୱାଡି କର୍ମୀ ଆରତୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ