ମାଣିତରା ବିଦ୍ୟାଳୟର ପୁରୁଣା କୋଠାରୁ ନାଗସାପ ଉଦ୍ଧାର
ବୁଗୁଡା, (ଅନିଲ ମହାରଣା): ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ଗ୍ରାମର ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ପୁରୁଣା କୋଠାରୁ ଏକ ନାଗ ସାପ ସୋମବାର ସକାଳେ ଉଦ୍ଧାର କରାଯାଇ ଜଙ୍ଗଲରେ ଛାଡି ଦିଆଯାଇଛି। ମାଣିତରା ହାଇସ୍କୁଲରେ କାମ ଚାଲିଥିବା ବେଳେ ଶ୍ରମିକମାନେ କିଛି ଜିନିଷ ଆଣିବାକୁ ଗଲାବେଳେ ନାଗ ସାପଟି ଗର୍ଜନ କରିଥିଲା। ଏହାପରେ ମାଣିତରା ଅଞ୍ଚଳରେ ସର୍ପ ଧରୁଥିବା ବ୍ୟକ୍ତି ସଞ୍ଜୟ କୁମାର ବିଶ୍ବାଳ ଙ୍କ ନିକଟରେ ଖବର ପହଁଚିଲା ପରେ ସେ ବିଦ୍ୟାଳୟକୁ ଆସି କୋଳଥିଆ ନାଗ ସର୍ପକୁ ଉଦ୍ଧାର କରି ଜଙ୍ଗଲରେ ଛାଡି ଦେଇଥିଲେ।


