ମାଣିତରା ମେଡିକାଲରେ ପଲସ ଅକ୍ସି ମିଟର ପରୀକ୍ଷା

ବୁଗୁଡା ,(ଅନିଲ କୁମାର ମହାରଣା ): ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ କରୁଣା ଟ୍ରଷ୍ଟ ପରିଚାଳିତ ମାଣିତରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ଅଗଷ୍ଟ ୨୨ ତାରିଖ ଠାରୁ ପଲସ ଅକ୍ସି ମିଟର ଟେଷ୍ଟିଙ୍ଗି ଆରମ୍ଭ ହୋଇଛି । ମାଣିତରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ଡାକ୍ତର ଦୁର୍ଗା ପ୍ରସାଦ ବିଶ୍ୱାଳ, ଫାର୍ମାସିଷ୍ଟ ରାମଚନ୍ଦ୍ର ମିଶ୍ର, ଟେକିନିସିଆନ କାଳୀ ପ୍ରସାଦ ସାହୁ, ଓ ମହିଳା ସ୍ୱାସ୍ଥ୍ୟ କର୍ମୀ କୃଷ୍ଣପ୍ରିୟା ପଣ୍ଡାଙ୍କ ଉପସ୍ଥିତରେ ଏହି ପରୀକ୍ଷା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହି ପରୀକ୍ଷା ଦ୍ଵାରା ରୋଗୀଙ୍କ ହୃଦ ସ୍ଵନ୍ଦନ ଓ ଅମ୍ଳଜାନ ସ୍ତର ନିରୂପଣ ହୋଇ ରୋଗୀର କରୋନା ଲକ୍ଷଣ ଜାଣିବା ସହଜ ହୋଇପାରିବ। ବର୍ତ୍ତମାନ ବର୍ଷା ୠତୁ ଯୋଗୁଁ ସାଧାରଣତଃ ଥଣ୍ଡା ଜ୍ୱର ଲାଗିରହିଥିବା ହେତୁ ପ୍ରକୃତ କରୋନା ଲକ୍ଷଣ ଜାଣିବା କଷ୍ଟସାଧ୍ୟ ହେଉଥିଲା। ଏହି ପରୀକ୍ଷା ଆରମ୍ଭ ହେବା ଦ୍ୱାରା ଯେଉଁ ରୋଗୀଙ୍କ ଅମ୍ଳଜାନ ସ୍ତର ଓ ହୃଦ ସ୍ଵନ୍ଦନ ସାଧାରଣ ବ୍ୟକ୍ତିଙ୍କ ଠାରୁ କମ ରହିବ ସେମାନଙ୍କ ନାମ ସ୍ୱାବ ଟେଷ୍ଟ ବା ଆଣ୍ଟିଜେନ ଟେଷ୍ଟ ପାଇଁ ପଠାଯିବ ବୋଲି ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ