ମାଣିତରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟ ମେଳା
ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ କରୁଣା ଟ୍ରଷ୍ଟ ଦ୍ୱାରା ପରିଚାଳିତ ମାଣିତରାର ପ୍ରାଥମିକ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ଫେବୃଆରୀ ୧୪ ତାରିଖ ଦିନ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି।ଏହି ମେଳାକୁ ମାଣିତରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଡାକ୍ତର ଦୟାନିଧି ରାଉତ ଉଦଘାଟନ କରିଥିଲେ। ସ୍ୱାସ୍ଥ୍ୟ ସଂଯୋଜକ ଚିତ୍ତରଞ୍ଜନ ପ୍ରଧାନ ପରିଚାଳନା କରିଥିବା ବେଳେ ଡାକ୍ତର ଦୁର୍ଗା ପ୍ରସାଦ ବିଶ୍ୱାଳ, ଟେକିନସିଆନ କାଳୀ ପ୍ରସାଦ ସାହୁ, ଫାର୍ମାସିଷ୍ଟ ସରୋଜ କୁମାର ପଟ୍ଟନାୟକ, ଷ୍ଟାପ ନର୍ସ ଗଙ୍ଗା ସାହାଣୀ, ମହିଳା ସ୍ୱାସ୍ଥ୍ୟ କର୍ମୀ କୃଷ୍ଣ ପ୍ରିୟା ପଣ୍ଡା, ଉପକେନ୍ଦ୍ର ମହିଳା ସ୍ୱାସ୍ଥ୍ୟ କର୍ମୀ ପ୍ରତିମା ସ୍ବାଇଁ, ମାଣିତରା ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀ, ଆଶା କର୍ମୀ, ଏବଂ ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବ ରେଡକ୍ରସ ସ୍ୱେଚ୍ଛାସେବୀ ଓ ପରାମର୍ଶ ଦାତା ଅଧ୍ୟାପକ ଦିଲ୍ଲୀପ କୁମାର ଆଚାର୍ଯ୍ୟ ସହଯୋଗ କରିଥିଲେ। ଡାକ୍ତର ଦୟାନିଧି ରାଉତ ୭୭ ଜଣ ଓ ଆୟୁଷ ଡାକ୍ତର ଦୁର୍ଗା ପ୍ରସାଦ ବିଶ୍ୱାଳ ୩୪ ଜଣ, ଏହିପରି ମୋଟ ୧୧୧ ଜଣ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ହୋଇଥିଲା। ୩୫ ଜଣଙ୍କ ରକ୍ତଚାପ ପରୀକ୍ଷା, ୯ ଜଣଙ୍କ ରକ୍ତ ଶର୍କରା ପରୀକ୍ଷା, ୫ ଜଣ ଗର୍ଭବତୀ ମହିଳାଙ୍କ ପରୀକ୍ଷା ଓ ୧୯ ଜଣଙ୍କ ଲ୍ୟାବ ଟେଷ୍ଟ କରାଯାଇଥିଲା।ସମସ୍ତ ରୋଗୀଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ମାଗଣା ଔଷଧ ବଣ୍ଟନ କରାଯାଇଥିଲା। ସ୍ୱାସ୍ଥ୍ୟ ମେଳାରେ ଯୋଗ ଅଭ୍ୟାସ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଯୋଗ ଅଭ୍ୟାସ ଦ୍ୱରା କିପରି ବିଭିନ୍ନ ରୋଗରୁ ଉପଶମ ମିଳି ପାରିବ ତାଲିମ ପ୍ରଦାନ କରାଯାଇଥିଲା। ପ୍ରତ୍ୟେକ ମାସର ୧୪ ତାରିଖ ଦିନ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ ହେବାକୁ ଥିବା ବେଳେ ଜନସାଧରଣ ଏହାର ସୁଯୋଗ ନେବା ପାଇଁ ଏକ ଜନସଚେତନତା ରାଲି ଅନୁଷ୍ଠିତ ହୋଇଥିଲା।