ମାଣିତରା ହାଇ ସ୍କୁଲରେ ଖୋଲିବ ଧନ୍ଦା ମୂଳକ ଶିକ୍ଷା

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ଆସନ୍ତ ଶିକ୍ଷା ବର୍ଷରେ ରାଜ୍ୟ ସରକାର ସାରା ରାଜ୍ୟରେ ମୋଟ ୨୦୧ ଗୋଟି ଉଚ୍ଚ ବିଦ୍ୟାଳୟରେ ଧନ୍ଦା ମୂଳକ ଶିକ୍ଷା (ଭୋକେଶ-ନାଲ ଏଡୁକେଶନ ) ଖୋଲିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ସେଥି ମଧ୍ୟରୁ ଗଞ୍ଜାମ ଜିଲ୍ଲାରେ ୧୮ ଗୋଟି ହାଇ ସ୍କୁଲରେ ଧନ୍ଦା ମୂଳକ ଶିକ୍ଷା ଖୋଲିବାକୁ ସ୍ଥିର ହୋଇଅଛି । ବୁଗୁଡା ବ୍ଲକର ଗୋଟିଏ ଶିକ୍ଷାନୁଷ୍ଠାନ ମାଣିତରା ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟରେ ଧନ୍ଦା ମୂଳକ ଶିକ୍ଷା ଖୋଲିବାକୁ ଅନୁମତି ମିଳିଥିବା ପ୍ରଧାନ ଶିକ୍ଷକ କୈଳାଶ ଚନ୍ଦ୍ର ମହାରଣା ପ୍ରକାଶ କରିଛନ୍ତି । ମାଣିତରା ହାଇ ସ୍କୁଲରେ ଇଲେକ୍ଟ୍ରୋନିକସ ଓ ହାର୍ଡୱେର କୋର୍ସ ଅଧ୍ୟୟନ କରାଯିବ ବୋଲି ଜଣାପଡିଛି । ସରକାରଙ୍କ ଏହି ନିଷ୍ପତ୍ତିକୁ ଅଞ୍ଚଳବାସୀ ସ୍ୱାଗତ କରିଥିବା ବେଳେ ଗଞ୍ଜାମ ଡିଇଓ ବିନିତା ସେନାପତି ଓ ପ୍ରଧାନ ଶିକ୍ଷକ ଶ୍ରୀ ମହାରଣାଙ୍କୁ ସାଧୁବାଦ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ