ମାଣିବନ୍ଧ ଘରପୋଡି ଓ ଗଣ୍ଡଗୋଳ ଘଟଣା;ଦୁଇଟି ମାମଲା ରୁଜୁ, ଜଣେ ଗିରଫ

ବୁଗୁଡା,(ଅନିଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲା, ବୁଗୁଡା ଥାନା ଅନ୍ତର୍ଗତ ମାଣିବନ୍ଧ ଗ୍ରାମରେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହେବା ସହ ଘରପୋଡି ଅଭିଯୋଗ ପ୍ରକାରେ ବୁଗୁଡା ଥାନାରେ ଦୁଇଟି ମାମଲା ରୁଜୁ ହୋଇଥିବା ବେଳେ ଜଣେ ଗିରଫ ହୋଇଥିବା ବୁଗୁଡା ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରା ପ୍ରକାଶ କରିଛନ୍ତି । ନଭେମ୍ବର ୧୮ ତାରିଖ ଦିନ ମାଣିବନ୍ଧ ଗ୍ରାମର ଗୁରୁନାଥ ସ୍ବାଇଁଙ୍କ ପତ୍ନୀ ଜାଗି ସ୍ଵାଇଁ ବାଲିପଦର ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି ଯେ ସେ ଘରେ ଥିବା ବେଳେ ସେହିଗ୍ରାମର ବାସନ୍ତୀ ପାତ୍ର, ସନ୍ତୋଷ ପାତ୍ର ଘରର ବାହର ପଟୁ କବାଟ ଗେଡା ପକାଇ ଘରେ ନିଆଁ ଲଗାଇ ଦେଇ ଜୀବନରେ ମାରିଦେବାକୁ ଉଦ୍ୟମ କରିଥିବା ବେଳେ ବାବୁଲା ପାତ୍ର ସେଦୁହିଁଙ୍କୁ ସହଯୋଗ କରିଥିଲେ । ଗ୍ରାମ ଲୋକେ ଓ ବାହାରେ ଥିବା ତାଙ୍କ ପରିବାର ଲୋକେ କବାଟ ଖୋଲି ତାଙ୍କୁ ଉଧାର କରିଥିବା ବେଳେ ଗ୍ରାମଲୋକେ ଓ ଦମକଳ ବାହିନୀ ଆସି ନିଆଁ ଲିଭାଇଥିଲେ ବୋଲି ଦର୍ଶାଇଥିବା ଜଣାପଡିଛି। ଏନେଇ ବୁଗୁଡା ଥାନା କେସ ନଂ ୩୪୭/୨୦ ପ୍ରକାରେ ଏକ ମାମଲା ରୁଜୁ କରାଯାଇ ଜଣକୁ ଗିରଫ କରାଯାଇଛି। ସେହିପରି ମାଣିବନ୍ଧ ଗ୍ରାମର ସନ୍ତୋଷ କୁମାର ପାତ୍ର ବୁଗୁଡା ଥାନାରେ ଏକ ଲିଖିତ ଅଭିଯୋଗରେ ଗୁରୁନାଥ ସ୍ଵାଇଁ ଙ୍କ ସମେତ ୬ ଜଣଙ୍କ ନାମ ଉଲ୍ଲେଖ କରି ତାଙ୍କ ଘରେ ପଶି ତାଙ୍କ ପତ୍ନୀଙ୍କ ଲୁଗାପଟା ଟଣା ଓଟରା କରି ଇଜତ ନେବାବୁ ଚେଷ୍ଟା କରିବା ସହ ଗାଳି ଗୁଲଜ କରିଥିବା ଓ ତାଙ୍କ ବାପାଙ୍କୁ ମାଡ ଦେଇଥିବା ଦର୍ଶାଇ ଥିବା ଜଣାପଡିଛି। ଏନେଇ ବୁଗୁଡା ଥାନା କେଶ ନଂ ୩୪୬/୨୦ ପ୍ରକାରେ ଏକ ମାମଲା ରୁଜୁ ହୋଇଅଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ