ମାଣ୍ଡିଆଚାଷ ପ୍ରଶିକ୍ଷଣ ଶିବିର
ହାଟଡିହି, (ବିକାଶ ବିଶ୍ୱାଳ ) : ହାଟଡିହି ବ୍ଲକ ଛେନାପଦିଛକ ଠାରେ ମାଣ୍ଡିଆଚାଷ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି । ନିୟମିତ ଭାବେ ବିଭିନ୍ନ ଏସଏସଜି ଗ୍ରୁପର ସଦସ୍ୟ ମାନେ ଏହି ପ୍ରଶିକ୍ଷଣ ଶିବିରରେ ଯୋଗଦେଇ ମାଣ୍ଡିଆ ଚାଷର ପ୍ରଣାଳୀ ଓ ଉପକାରିତା ସମ୍ପର୍କରେ ପ୍ରଶିକ୍ଷଣ ନେଉଛନ୍ତି । ଏହି ଶିବିରରେ ଆନନ୍ଦପୁର କୃଷି ଜିଲ୍ଲା ଅଧିକାରୀ ରାମଚନ୍ଦ୍ର ଦାସ ଯୋଗଦେଇ ଚାଷୀ ମାନଙ୍କୁ କିପରି ମାଣ୍ଡିଆ ଚାଷ କରାଯିବ ଓ ଏହାର ରୋଗପୋକ ନିୟନ୍ତ୍ରଣ ସମ୍ପର୍କରେ ପ୍ରଶିକ୍ଷଣ ଦେବା ସହିତ ଏହା ଏକ ଆୟକର ଫସଲ ବୋଲି ସଚେତନ କରାଉଛନ୍ତି । ବ୍ଲକରେ ମିଲେଟ ମିସନ ମାଧ୍ୟମରେ ଏହି ଚାଷ କରାଯାଉଥିବାବେଳେ ଚାଷୀ ମାନଙ୍କ ଠାରୁ ମଣ୍ଡି ସାହାଯ୍ୟରେ ଚାଷୀ ମାନଙ୍କ ଠାରୁ ମାଣ୍ଡିଆ କିଣାଯିବାର ବ୍ୟବସ୍ଥା କରାଯାଇଛି । ଏଥିପାଇଁ ଚାଷୀ ମାନଙ୍କୁ ପ୍ରୋତ୍ସାହନ ବାବଦ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଥିବା ନେଇ ଚାଷୀମାନଙ୍କୁ କୃଷି ଅଧିକାରୀ ଶ୍ରୀ ଦାସ ସଚେତନ କରାଇଥିଲେ । ଏଥିରେ ତଦାଶାର କର୍ମଚାରୀ ମାନେ ସହଯୋଗ କରିଥିଲେ ।


