ମା’ତାରିଣୀ କ୍ରିକେଟ କ୍ଳବ ପକ୍ଷରୁ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଶୁଭ ଉଦଘାଟନ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ଥିତ ଶ୍ରୀରାମପଦାର ମା’ ତାରିଣୀ କ୍ରିକେଟ କ୍ଳବ ପକ୍ଷରୁୁ ଶ୍ରୀରାମପଦା ଷ୍ଟାଡିୟମ ଠାରେ ଏକ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଶୁଭ ଉଦଘାଟନ ହୋଇଯାଇଛି। ଆୟୋଜିତ ଉତ୍ସବରେ ଅତିଥି ଭାବେ ଡ.ରୋମାଞ୍ଚିତ ଉପାଧ୍ୟାୟ, ଡ.ପୋଲକ ପଣ୍ଡା, ଡ.ସଦାବ କାଦ୍ରୀ,ଡ.ରତିକାନ୍ତ ସାହୁ, ଓ ସ୍ଥାନୀୟ ଅଞ୍ଚଳର ବରିଷ୍ଠ ବ୍ୟକ୍ତି ସୂର୍ଯ୍ୟକାନ୍ତ ସାହୁ ପ୍ରମୁଖ ଯୋଗଦେଇ ଆନୁଷ୍ଠାନିକ ଭାବେ ଟୁର୍ଣ୍ଣାମେଣ୍ଟର ଶୁଭ ଉଦଘାଟନ କରିଥିଲେ।ପ୍ରଥମ ଦିବସର ପ୍ରଥମ ମ୍ୟାଚ ଆଡାଶିକୁପା ଓ ଜଗୁଆର୍ କ୍ରିକେଟ ଦଳ ମଧ୍ୟରେ ଆୟୋଜିତ ହୋଇଥିଲା ।ଏଥିରେ ଆଡାସିକୁପା ଟସ ଜିତି ନିର୍ଦ୍ଧାରିତ ୧୫ ଓଭରରେ ୬ ଓ୍ବିକେଟ ହରାଇ ୧୦୬ ରନ ସଂଗ୍ରହ କରିଥିବା ବେଳେ ଜାଗୁଆର ଟିମ ୪ ଓ୍ବିକେଟ ହାତରେ ରଖି ୧୦୭ ରନ ସଂଗ୍ରହ କରି ବିଜୟୀ ହୋଇଥିଲା l ଏଥିରେ ସଚିନ କୁମାର ପ୍ରଧାନଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ବିବେଚିତ କରାଯାଇଥିଲା ।ଏହି ମ୍ୟାଚରେ ଗୋପୀନାଥ ପ୍ରଧାନ ଓ ଆଲୋକ ପ୍ରଧାନ ଅମ୍ପାୟାର ଦାୟିତ୍ବ ପରିଚାଳନା କରିଥିଲେ l ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଚଳିତ ମାସ ୧୮ ତାରିଖରେ ହେବ ବୋଲି ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ