ମାତାଲ ଯୁବକଙ୍କ ଉନ୍ମୁକ୍ତ କାଣ୍ଡ
ବ୍ରହ୍ମପୁର,(ରାଜେଶ କୁମାର ପଟ୍ଟନାୟକ):କୋର୍ଟପେଟା ଛକ ନିକଟ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଏକ ଏଟିଏମ ନିକଟରେ କଞ୍ଚା ରକ୍ତ ବହୁଳ ଭାବେ ପଡିବା ସହ ଅଞ୍ଚଳଟି ରକ୍ତାକ୍ତ ହୋଇଯାଇଥିଲା । ଏ ନେଇ ଖବର ଯିବା ପରେ ପୋଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ବ କରିଥିଲା । ଘଟଣା ସୋସିଆଲ ମିଡ଼ିଆ ରେ ପ୍ରଚାର ହୋଇଥିଲା । ପୋଲିସ ର ତଦନ୍ତ ପରେ ଜଣା ପଡିଲା ଯେ ଯୁବକ ଜଣକ ଫୁଲ ମଦୁଆ । ପ୍ରଚୁର ପରିମାଣରେ ମଦ ପିଇ ଏଟିଏମ ନିକଟକୁ ଯାଇ ମାତଲ ଅବସ୍ଥାରେ ନିଜ ମୁଣ୍ଡ କାଚରେ ପିଟି ଉକ୍ତ ଅଞ୍ଚଳ ରକ୍ତାକ୍ତ କରିଦେଇଥିଲା । ପରେ କୌଣସି ପ୍ରକାରେ ୧୦୮ ଆମ୍ବୁଲାନ୍ସ ଉକ୍ତ ମଦୁଆ ଙ୍କୁ ବଡ଼ ମେଡ଼ିକଲ ର କଜୁଆଲଟିରେ ଚିକିତ୍ସା ପାଇଁ ଭର୍ତି କରାଯାଇଛି ।


