ମାତିଛନ୍ତି ଟ୍ରାନ୍ସଫର୍ମର କଏଲ ଚୋର

ହାଟଡିହି, (ବିକାଶ ବିଶ୍ୱାଳ):ଆନନ୍ଦପୁର ଉପଖଣ୍ଡରେ ମାତିଛନ୍ତି ଟ୍ରାନ୍ସଫର୍ମର କାଏଲ୍ ଚୋର । ବିଶେଷ କରି ଘରୋଇ ସଂସ୍ଥାରେ ଲାଗିଥିବା ଟ୍ରାନ୍ସଫର୍ମର ଗୁଡ଼ିକୁ ଦୁର୍ବୃତ୍ତମାନେ ଟାର୍ଗେଟ କରି କୌଶଳକ୍ରମେ କଏଲ ଗୁଡ଼ିକ ଚୋରୀ କରି ନେଇଯାଉଛନ୍ତି। ଗତକାଲି ରାତିରେ ଦୁର୍ବୃତ୍ତମାନେ ସୋସୋ ଥାନା ଅଧିନସ୍ଥ ବୀଣାପାଟିଆ (ସଙ୍ଗମ ) ସ୍ଥିତ ବୀରଭଦ୍ର ଫୁଡ୍ ପ୍ରଡକ୍ଟ ରାଇସ ମିଲରୁ ଅଭିନବ ଢ଼ଙ୍ଗରେ ଟ୍ରାନ୍ସଫର୍ମର କଏଲ ଚୋରି କରି ନେଇଛନ୍ତି। ଯାହାର ଆନୁମାନିକ ମୂଲ୍ୟ ୧୦ଲକ୍ଷରୁ ଉର୍ଦ୍ଧ୍ବ ହେବ। ଏନେଇ ମିଲ ମଲ୍ଲିକ ପବିତ୍ର ମୋହନ ପେଡା ସୋସୋ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ୍ ଏନେଇ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛି। ଗତ ସପ୍ତାହରେ ଘସିପୁରା ଥାନା ଝାଡ଼କୁଣ୍ଡିର କୃପାସିନ୍ଧୁ ଫୁଡ୍ ପ୍ରଡକ୍ସନ୍ ନାମକ ରାଇସ ମିଲ୍ ପରିସରରେ ଥିବା ଟ୍ରାନ୍ସଫର୍ମରରୁ ତିନିଟି କଏଲ ଚୋରି କରିଛନ୍ତି। ଏନେଇ ଘସିପୁରା ଥାନାରେ ରାଇସ ମିଲ୍ ମାଲିକ ଅରବିନ୍ଦ ସାହୁ ଅଭିଯୋଗ କରିଥିଲେ । ସେହିପରି ଗତ ମାସକ ମଧ୍ୟରେ ଓସ୍ତପୁରା କ୍ରସର ଓ କନ୍ତୋ ପିଚୁ ପ୍ଲାଣ୍ଟରୁ ମଧ୍ୟ ସମାନ ଢଙ୍ଗରେ ଟ୍ରାନ୍ସଫର୍ମର କଏଲ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ସେହିପରି ସୋସୋ ଥାନା ମିଠିଗାଁରେ ଥିବା ରାଇସମିଲରେ ଥିବା ଟ୍ରାନ୍ସଫର୍ମରୁ କଏଲ ଚୋରି କରିବାକୁ ଆସିଥିବାବେଳେ ସ୍ଥାନୀୟ ଲୋକେ ଜାଣି ପାରିବାରୁ ଦୁର୍ବୃତ୍ତମାନେ ଚମ୍ପଟ ମାରିଥିଲେ । ଏହି ଚୋରିରେ ଏକ ତାଲିମପ୍ରାପ୍ତ ଗ୍ୟାକେଟ୍ କାମ କରୁଥିବା ସନ୍ଦେହ କରାଯାଉଛି। ପୁଲିସ୍ ଉପଯୁକ୍ତ ତଦନ୍ତ କରି ଦୁର୍ବୃତ୍ତ ମାନଙ୍କୁ ଠାବ କରିବାକୁ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ