ମାତିଲେ ଲୁଟେରା
ଯାଜପୁର , (ଯୁଗାବ୍ଦ ନ୍ୟୁଜ) : ପୁଣି ମାତିଲେ ଲୁଟେରା । ଯାଜପୁର ସହରର ଅମ୍ବିକାଇ ଛକ ନିକଟରେ ଏଟିଏମ ଭାଙ୍ଗି ଚୋରି କଲେ ଦୁର୍ବୁତ୍ତା ଛକନିକଟରେ ଥିବା ଏକ ଷ୍ଟେଟ ବ୍ୟାଙ୍କର ଏ.ଟି,ଏମରୁ ସୋମବାର ରାତିରେ ଦୁବୃର୍ତ୍ତ ମାନେ ପଶି ୨୫ ଲକ୍ଷରୁ ଉର୍ଦ୍ଧ ଚୋରି କରିଥିବା ଜଣାପଡିଛି । ଅଭିଯୋଗାନୁଯାୟୀ ସୋମବାର ଅପରାହ୍ନରେ ଏଟିଏମକୁ ଟଙ୍କା ଯୋଗାଣ କରୁଥିବା ସଂସ୍ଥା ଟି ଏସ ଆଇ ୨୮ ଲକ୍ଷ ଟଙ୍କା ଏ ଟି ଏମ ରେ ଭର୍ତି କରିଥିଲେ । ସେଥିମଧ୍ୟରୁ ୩ ଲକ୍ଷ ଟଙ୍କା ଗ୍ରାହକ ମାନେ ଉଠାଇଥିବା ବେଳେ ବାକି ୨୫ ଲକ୍ଷରୁ ଉର୍ଦ୍ଧ ଟଙ୍କା ଲୁଟେରା ଲୁଟି ନେଇଛନ୍ତି । ଏଟିଏମ ଭିତରେ କୌଣସି ପେଶାଦାର ଅପରାଧି କଟର ସାହାଯ୍ୟରେ ମେସିନ କୁ କାଟି ଟଙ୍କା ଟ୍ରେ ନେଇ ପେଂରାର ହୋଇଯାଇଛନ୍ତି । ରାସ୍ତାକଡରେ ଏହି ଏଟିଏମ କାଉଂଟର ହୋଇଥିଲେ ହେଁ ଅପରାଧୀ ମାନେ ଏଟିଏମ ଭିତରୁ ସଟର ବନ୍ଦ କରି ଅପରାଧ ଘଟାଇବାରେ ସକ୍ଷମ ହୋଇଛନ୍ତି । ଖବର ପାଇ ଯାଜପୁର ଏସପି ଚରଣ ସିଂ ମିନା ଘଟଣାସ୍ଥଳରେ ପହଂଚି ତନାଘନା ଆରମ୍ଭ କରିଛନ୍ତି । ଏହାର ଅଧିକ ତଦନ୍ତ ପାଇଁ ସାଇଂଟିପିଂକ୍ ଟିମର ସହାୟତା ଲୋଡିଛି ଯାଜପୁର ପୋଲିସ । ତେବେ ଏଟିଏମରେ କୌଣସି ସୁରକ୍ଷା କର୍ମୀ ରହୁନଥିବାରୁ ଏଭଳି ଅପରାଧ ବାରମ୍ବାର ହେଉଥିବା ଅଭିଯୋଗ ହୋଇଛି । ତେବେ ଏହାର ତଦନ୍ତ କରାଯାଇ ଖୁବ ଶିଘ୍ର ଅପରାଧୀ ମାନେ ଧରାପଡିବେ ବୋଲି ଯାଜପୁର ଏସପି ସୂଚନା ଦେଇଛନ୍ତି ।