ମାତିଲେ ଲୁଟେରା, ଅଟୋରୁ ଝାମ୍ପି ନେଲେ ଟଙ୍କା ବ୍ୟାଗ
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡର କ.ନୂଆଗାଁ ଥାନା ଅନ୍ତର୍ଗତ ଗସୁକିଆ ଛକ ନିକଟରୁ ଚଳନ୍ତା ଅଟୋରୁ ୫୦,୦୦୦ ହଜାର ଟଙ୍କା ଓ ୪ଟି ସ୍କୁଲ୍ ବ୍ୟାଙ୍କ ପାସ୍ ବୁକ, ଗୋଟିଏ ପାନ୍ କାର୍ଡ, ଗୋଟିଏ ଏଟିଏମ ଏବଂ କିଛି ଜରୁରୀ କାଗଜପତ୍ର ଲୁଟ୍ କରାଯାଇଛି । ସ୍ବର୍ଣ୍ଣପୁର ପ୍ରଧାନ ଶିକ୍ଷୟିତ୍ରୀ କ.ନୂଆଗାଁ ବ୍ୟାଙ୍କ ଶାଖାରୁ ଟଙ୍କା ଉଠାଇ ନେଇ ସ୍କୁଲ ଯାଉଥିବା ସମୟରେ ଲୁଟେରା ଆସି ଅଟୋରୁ ଝାମ୍ପି ନେଇଯାଇଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ସଙ୍ଗେ ସଙ୍ଗେ ଆସି କ.ନୂଆଗାଁ ପୋଲିସ ଷ୍ଟେସନକୁ ଆସି ଏତଲା ଦାଏର କରିବା ପରେ କ.ନୂଆଗାଁ ପୋଲିସ ତଦନ୍ତ ଆରମ୍ଭ କରିଥିଲେ । ଏକ ବାଇକ ଯୋଗେ ଲୁଟେରା ଦାରିଙ୍ଗବାଡ଼ି ଯାଉଥିବା ବେଳେ କ.ନୂଆଗାଁ ପୋଲିସ ଗୋଡେଇବା ଖବର ପାଇ କିରିକୁଟି ଗ୍ରାମବାସୀ ଖବର ରାସ୍ତା ଉପରେ କାଠ ପକେଇ ଜଗି ରହିଥିବା ଦେଖି ଲୁଟେରା ଦଳ ବାଇକ ରଖି ପାହାଡ ଉପରକୁ ଚାଲି ଯାଇଥିଲେ । କ. ନୂଆଗାଁ ପୋଲିସ ବାଇକ ଜବତ କରି ତଦନ୍ତ ଆରମ୍ଭ କରିଛି ବୋଲି କ.ନୂଆଗାଁ ଏସଆଇ ପ୍ରକାଶ ଚନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ।