ମାଟିଖାଲ ଗ୍ରାମ ସିଲ

ବ୍ରହ୍ମପୁର (ଓ୍ବାଇଏନ୍‌ଏସ୍‌) : କୁକୁଡାଖଣ୍ଡି ବ୍ଲକ ଅନ୍ତର ଗତ ତଥା ବ୍ରହ୍ମପୁର ଉପଖଣ୍ଡ ଅନ୍ତର ଗତ ମାଟି ଖାଲ ଗ୍ରାମ କୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ତରଫ ରୁ ସମ୍ପୂର୍ଣ ରୂପେ ସିଲ କରାଯାଇଛି, ଏଥିସହ କୁକୁଡାଖଣ୍ଡି ବିଡ଼ିଓ ଗଦାଧର ପାତ୍ରଙ୍କୁ ଏହାର ତଦାରଖ ପାଇଁ ଦାଇତ୍ୱ ଦିଆଯାଇଛି, ଗ୍ରାମ ବାହାରେ ଗୋଳନ୍ଥରା ଥାନା ତରଫରୁ ଆସ୍ଥାଇ ପୋଷ୍ଟ କରାଯାଇ ଗ୍ରାମ ଉପରେ କଡା ନଜର ରଖା ଯାଇଛି, ଏହାଉପରେ ଗୋଳନ୍ଥରା ଥାନା ଅଧିକାର ବାବୁଲି ନାୟକଙ୍କ ସ୍ୱତନ୍ତ୍ର ଦୃଷ୍ଟି ରହିଛି, ଉଲେଖ ଯୋଗ୍ୟ ଯେ ମାଟି ଖାଲ ଗ୍ରାମର କିଛି ବ୍ୟକ୍ତି ଭୁବନେଶ୍ୱରର ଭୂମିଖାଲ ଅଞ୍ଚଳରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବେଳେ ସେମାନେ ଗ୍ରାମକୁ ଫେରିଥିଲେ ତିରିଶି ଜଣ, ଭୁବନେଶ୍ୱର ଭୂମିଖାଲ ଅଂଚଳର କିଛି ବ୍ୟକ୍ତିଙ୍କ ଠାରେ କରୋନା ଜୀବାଣୁର ଲକ୍ଷଣ ଦେଖା ଦେବା ପରେ ସେହି ଅଞ୍ଚଳକୁ ସଟ ଡାଉନ ଘୋଷଣା କରିଥିଲା ସ୍ଥାନୀୟ ପ୍ରଶାସନ, ଏଠାକୁ ଉକ୍ତ ଅଞ୍ଚଳରୁ ଶ୍ରମିକ ମାନେ ଆସିଥିବାରୁ ଏହି ଗ୍ରାମକୁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଦୃଷ୍ଟି ଦିଆଜିବାସହ ଗ୍ରାମ ବାସୀଙ୍କ ସ୍ଵାସ୍ତ୍ୟ ପ୍ରତି ସତର୍କ ଦୃଷ୍ଟି ଦିଅଜାଇଛି, ଗ୍ରାମରୁ କାହାରିକୁ ବାହାରକୁ ଛଡା ଯାଉନି କି ଗ୍ରାମ ଭିତର କୁ କାହାରିକୁ ପ୍ରବେଶ କରାଇ ଦିଯାଉନି,

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ