ମାତୃଦିବସରେ ସରପଞ୍ଚଙ୍କ ସମେତ ମହିଳା ମାନଙ୍କୁ ମହିଳା ବିଜୁ ଜନତା ଦଳ ପକ୍ଷରୁ ସମ୍ବର୍ଦ୍ଧନା

ବନ୍ତ,(ଚାନ୍ଦିନୀ ମହାନ୍ତି):ଆଜି ବିଶ୍ୱ ମାତୃଦିବସ ଅବସରରେ ବନ୍ତ ବ୍ଲକ ଟିଲୋ ପଞ୍ଚାୟତର ସରପଞ୍ଚଙ୍କ ସମେତ ମହିଳା ମାନଙ୍କୁ ମହିଳା ବିଜୁ ଜନତା ଦଳ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ରାଜ୍ୟ ମହିଳା ବିଜୁ ଜନତା ଦଳର ସାଧାରଣ ସଂପାଦିକା ସୁଜାତା ଜେନା ଅତିଥି ଭାବେ ଯୋଗ ଦେଇ ଟିଲୋ ସରପଞ୍ଚ ନିହାରିକା ରାଉତଙ୍କ ସମେତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଏମ୍‌.ବି.କେ ରାଜଲକ୍ଷ୍ମୀ ପୃଷ୍ଟି, ସିଆର୍‌ପି ପୁଷ୍ପାଞ୍ଜଳୀ ପଣ୍ଡା, ବ୍ୟାଙ୍କ ମିତ୍ର ମନୋରମା ସାହୁ, ନମିତା ସାହୁ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏଥିସହ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧି ସଂଗ୍ରାମ କେଶରୀ ଜେନା, ପ୍ରଶାନ୍ତ କୁମାର ସାହୁ, ଅକ୍ଷୟ ନାରାୟଣ ଦାଶ, ସୁକାନ୍ତ କୁମାର ଜେନା, ରବିନ୍ଦ୍ର ସେଠୀ, ଜଗନ୍ନାଥ ପଳତା ପ୍ରମୁଖଙ୍କ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ବ୍ଲକ ଛାତ୍ର ବିଜେଡି ସଭାପତି ପ୍ରଣବ କିଶୋର ଲେଙ୍କା, ପ୍ରବୀର ରାଉତଙ୍କ ସମେତ ଅନ୍ୟ ମାନେ ସହାୟତା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ