ମାତୃପିତୃ ପୂଜନ ଉତ୍ସବ ଅନୁଷ୍ଠିତ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଧାମନଗର ବ୍ଲକ ନଦୀଗାଁ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ଯୋଗବେଦାନ୍ତ ସେବା ସମିତି ପକ୍ଷରୁ ମାତୃପିତୃ ପୂଜନ ଦିବସ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମିତିର ବାଲ ସଂସ୍କାର ବିଭାଗ ସାଧକ ଗିରିଶ ଦାସ ଓ ପବନ କୁମାର ନାୟକ ଯୋଗଦେଇ ଭାଲେନଣ୍ଟାଇନ ଡେ ପାଳନ କରିବା ପରିବର୍ତ୍ତେ ବିଦ୍ୟାର୍ଥୀ ମାନେ ବାପ ମାଆଙ୍କୁ ପୂଜା କରିବା ଉଚିତ ବୋଲି କହିଥିଲେ । ପାଶ୍ଚ୍ୟାତ ସଂସ୍କୃତି ଅନୁକରଣଗାମୀ ଭାଲେନଣ୍ଟାଇନ ଡେ ଭାରତୀୟ ସଂସ୍କୃତି ଓ ଐତିହ୍ୟକୁ ନଷ୍ଟ କରୁଥିବା ପୂଜନ ଉତ୍ସବରେ ମତ ପ୍ରକାଶ ପାଇଥିଲା । ସନ୍ଥ ଆଶାରାମଜୀ ବାପୁ ପ୍ରଣୀତ ମାତୃପିତୃ ପୂଜନ ଉତ୍ସବ ଦୀର୍ଘ ୧୦ବର୍ଷ ହେବ ଭାରତ ସମେତ ବିଭିନ୍ନ ଦେଶରେ ଆଦୃତ ଲାଭ କରିଥିବା ବକ୍ତାମାନେ କହିଥିଲେ । ବରିଷ୍ଠ ପ୍ରଶାସନିକ ଅଧିକାରୀ ହିମାଂଶୁ ଶେଖର ବାରିକଙ୍କ ସଂଯୋଜାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମିତିର ଅନ୍ୟତମ ସଦସ୍ୟ ବେଣୁଧର ମହାପାତ୍ର, ଅମ୍ରିଶ ମହାନ୍ତି, ଚନ୍ଦନ ଦାସ, ସାମ୍ବାଦିକ ଦୁର୍ଯ୍ୟୋଧନ ଲେଙ୍କା, ଅଧ୍ୟାପକ ତପନ କୁମାର ଓଝା, ଅବସରପ୍ରାପ୍ତ ଶିକ୍ଷୟତ୍ରୀ ସରସ୍ୱତୀ ମହାପାତ୍ର, ସଂଜୟ ସାହୁ ପ୍ରମୁଖ ଯୋଗଦେଇ ଭାଲେନଣ୍ଟାଇନ ଦିବସ ପରିବର୍ତ୍ତେ ମାତୃପିତୃ ପୂଜନ ଦିବସ ପାଳନ କରିବାକୁ ଆହ୍ୱାନ ଦେଇଥିଲେ ।  ଅନୁରୂପ ଭାବେ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଉପରଦୁମକା ଠାରେ ମଧ୍ୟ ଉତ୍ସାହପୂର୍ଣ୍ଣ ଭାବେ ମାତୃପିତୃ ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।  ଦୁଇଗୋଟି କାର୍ଯ୍ୟକ୍ରମରେ ପ୍ରାୟ ୩୦୦ରୁ ଅଧିକ ମାତାପିତା ମାନେ ଯୋଗଦେଇଥିବାବେଳେ ସେମାନଙ୍କ ସନ୍ତାନ ମାନେ ବୈଦିକ ବିଧି ଅନୁଯାଇ ସେମାନଙ୍କୁ ପୂଜାର୍ଚ୍ଚନା କରିଥିଲେ । କାର୍ଯ୍ୟକ୍ରମକୁ ଆଶାଲତା ବାରିକ, ବୈଲୋଚନ ବାରିକ, ଗୁରୁଚରଣ ଦାସ, ରଘୁନାଥ ଦାସ, କନକଲତା ଦାସ, କୁଳମଣୀ ବାରିକ, କୈଳାସ ରାଉତ, ମହେନ୍ଦ୍ର ବାରିକ, ଜଗନ୍ନାଥ ପରିଡା, ରାଜେନ୍ଦ୍ର ବାରିକ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ