ମାତୃପୀଠରେ ଶ୍ରୀଅରବିନ୍ଦଙ୍କ ୧୫୦ତମ ଜନ୍ମ ଉତ୍ସବ ପାଳିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଶ୍ରୀଅରବିନ୍ଦଙ୍କ ଯୁବ ଛାତ୍ର ସମ୍ପୂର୍ଣ୍ଣ ସହଯୋଗରେ ଅରବିନ୍ଦ ପୂର୍ଣ୍ଣାଙ୍ଗ କେନ୍ଦ୍ରର ସଭ୍ୟସଭ୍ୟା ଅଭିଭାବକ ମିଳିତ ସହଯୋଗରେ ନଗର ପରିକ୍ରମା କରି ଅରବିନ୍ଦଙ୍କ ବାର୍ତ୍ତା ସମସ୍ତ ଜନ ସଚେତନତା ଯେପରି ହୋଇପାରିବ କର୍ମକର୍ତ୍ତାଙ୍କ ମୁଖ୍ୟ ଉଦ୍ଦେଶ୍ୟ ଥିଲା | ଏହାପରେ ପାରଳାଖେମୁଣ୍ଡି ସହର ପରିକ୍ରମା କରି ଦିବା ୧୨ଘଣ୍ଟା ସମୟରେ ମାତୃପୀଠରେ ପହଢଞ୍ଚିଥିଲେ | ଏହି କାର୍ଯ୍ୟକ୍ରମକୁ ପାରଳା ପୌର ଅଧ୍ୟକ୍ଷା ନିର୍ମଳାସେଠୀ ଉଦ୍ଘାଟନ କରିଥିଲେ | ପାରଳାଖେମୁଣ୍ଡି ଆଦର୍ଶ ଥାନାର କର୍ମକର୍ତ୍ତମାନେ ମଧ୍ୟ ଏହି ନଗର ପରିକ୍ରମାକୁ ସହଯୋଗକରି ଥିଲେ | ଅନୁଷ୍ଠାନର ଅଧ୍ୟକ୍ଷ ଅରବିନ୍ଦ ଦାସ, ସମ୍ପାଦକ ଗୌରହରି ପଟ୍ଟନାୟକ, ଛାତ୍ର ପରିଷଦ ତରଫରୁ ଅଞ୍ଜନା ପଟ୍ଟନାୟକ, ଆଦର୍ଶ ଦାଶ, ଗୀତାଞ୍ଜଳୀ ଦାଶ ପ୍ରମୁଖ ସହଯୋଗ କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ