ମାତୃଭାଷା ହିଁ ଭବିଷ୍ୟତ ଗଢ଼ିବାରେ ପ୍ରଥମ ସହାୟକ !
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ମାତୃଭାଷାରେ ହିଁ ପ୍ରକୃତ ଅନ୍ତର୍ନିହିତ ଗୁଣ ପ୍ରକାଶ ପାଇଥାଏ , ଯାହାକି ଭବିଷ୍ୟତ ଗଢ଼ିବାରେ ମାତୃଭାଷାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ ହୋଇଥାଏ | ମାତୃଭାଷାର ସୁରକ୍ଷା ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଉପାଦେୟତା ଉପରେ ଆଲୋଚନା ଚକ୍ର Trytoon Academy ଓ Yashaswi Film School ର ମିଳିତ ଉଦ୍ୟମ ରେ “ଓଡ଼ିଆ ଭାଷା : ବର୍ତ୍ତମାନ ଓ ଭବିଷ୍ୟତ” ବିଷୟ ବସ୍ତୁ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା.| ମାତୃଭାଷା ପାଇଁ ପ୍ରଥମ ଗୁରୁ ଭାବରେ ପିତା – ମାତାଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ ଏଥି ସଙ୍ଗେ ସଙ୍ଗେ ମାତୃଭାଷାରେ ଛପାଯାଉଥିବା ଖବର କାଗଜ ଦ୍ୱିତୀୟ ଗୁରୁ ବୋଲି ଓଡିଶା ସରକାରଙ୍କ ଦ୍ୱାରା ପରିଚାଳିତ “ଉତ୍କଳ ପ୍ରସଙ୍ଗ” ଓ “ଓଡ଼ିଶା ରିଭିୟୁ” ର ସମ୍ପାଦକ ଲେଲିନ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ସମ୍ବୋଧିତ କରିଥିଲେ | ମାତୃଭାଷା ହିଁ ଭବିଷ୍ୟତ ଗଢ଼ିବାରେ ପ୍ରଥମ ସହାୟକ ହୋଇଥାଏ , ଏହି ସମସ୍ତ ବିଷୟ ଉପରେ ଧ୍ୟାନ ଦେଇ ଦୈନଦିନ ଏହାକୁ ଅଭ୍ୟାସରେ ପରିଣତ କରିପାରିଲେ ନିଶ୍ଚିତ ଭାବେ ମାତୃଭାଷାରେ ସବଳ ହେବ | ଛାତ୍ର ଛାତ୍ରୀମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ମଧ୍ୟ ରଖିଥିଲେ ଶ୍ରୀଯୁକ୍ତ ମହାନ୍ତି | ମୁଖ୍ୟ ବକ୍ତା ଭାବେ “ସମ୍ବାଦ” ଖବର କାଗଜର ଚୌଧୁରୀ ଅମିତାଭ ଦାସ ଏହି ସଭାକୁ ସମ୍ବୋଧିତ କରିବାକୁ ଯାଇ ଜନଚେତନା ଜାଗ୍ରତ କରିବା , ମାତୃଭୂମି ମାତୃଭାଷାକୁ ଭଲ ପାଇବା ହେଉଛି ଆମର ପ୍ରଥମ କର୍ତ୍ତବ୍ୟ , ଆମେ ଯଦି ଆମ ମାତୃଭାଷା କୁ ଭଲ ପାଇବା ତେବେ ଆମର ଅନ୍ତରର ଭାଷା ବା ହୃଦୟର ଭାଷା ଦ୍ୱାରା ଆମ ଦେଶ ଜାତିର ଉନ୍ନତି କରିବା ସଙ୍ଗେ ସଙ୍ଗେ ନିଜର ଅନ୍ତର୍ନିହିତ ଗୁଣକୁ ପରିପ୍ରକାଶ କରିପାରିବ | ଅନ୍ୟତମ ଅତିଥିଭାବେ ଭାଷା ଆନ୍ଦୋଳନ, ଓଡ଼ିଶାର ଆବାହକ ତଥା ସାମ୍ବାଦିକ ଶ୍ରୀ ପବିତ୍ର ମହାରଥା କହିଥିଲେ ଭାରତ ବର୍ଷର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଓଡ଼ିଶା , ଓଡ଼ିଆ ରେ ସମସ୍ତ ରାଜକାର୍ଯ୍ୟ ବା ସରକାରୀ ନଥିପତ୍ର ବା ସମସ୍ତ ଶାସନ ବିଧିବ୍ୟବସ୍ଥା ହିଁ ଆମର ମୂଳ ମନ୍ତ୍ର ବୋଲି ଆମର ପୂର୍ବଜ ଆମପାଇଁ ଭାଷା ଭିତ୍ତିକ ଭୂଖଣ୍ଡ ଗଢ଼ି ଦେଇ ଯାଇଛନ୍ତି | ତାହାର ସୁରକ୍ଷା କରିବା ସଙ୍ଗେ ସଙ୍ଗେ ଆମେ ଆମର ସୁରକ୍ଷା ହିଁ କରୁଛେ | ମାତୃଭାଷାରେ ମାତୃଭୁମିର ସେବା ହିଁ ଏକମାତ୍ର ଲକ୍ଷ ହେଲେ ସାଧାରଣ ଲୋକ ତଥା ସମସ୍ତଙ୍କ ପାଇଁ ରୋଜଗାରର ମାଧ୍ୟମ ମଧ୍ୟ ହୋଇ ପାରିବ | ଫ୍ୟାସନ ଡିଜାଇନିଙ୍ଗ, ଇଣ୍ଟେରିଅର ଡିଜାଇନିଙ୍ଗ, ହୋଟେଲ ମ୍ୟାନେଜମେଣ୍ଟ ଇତ୍ୟାଦି ଓ Yashaswi Film School ରେ ଅଭିନୟ, ନିର୍ଦ୍ଧେଶନା ଓ ଫିଲ୍ମ ମେକିଙ୍ଗ ଭଳି ବୈଷୟିକ ଓ କଳାତ୍ମକ ଶିକ୍ଷା ପ୍ରଦାନ କରୁଥିବା ଅନୁଷ୍ଠାନ ମାତୃଭାଷା ଉପରେ ଗୁରୁତ୍ୱ ଦେଉଥିବାରୁ ଅତିଥି ମାନେ ଖୁବ ପ୍ରସଂଶା କରିଥିଲେ ଅଭିନେତା ଉଦୟନ ଅପରାଜିତ ସଭାଟିକୁ ପରିଚାଳନା କରି ଆମରାଜ୍ୟର ଭାଷା ବହୁ ପୁରାତନ ସଭ୍ୟତା ଏହାର ସୁରକ୍ଷା ଆମର ପ୍ରଥମ କର୍ତ୍ତବ୍ୟ ବୋଲି ଶପଥ କରାଇଥିଲେ | ଅନୁଷ୍ଠାନ ର ଅଧକ୍ଷା , ଶିକ୍ଷୟ ବୃନ୍ଦ ଓ ଛାତ୍ର ଛାତ୍ରୀ ମାନେ ଯୋଗ ଦେଇ ଉତ୍ସବ ଟିକୁ ସଫଳ କରିଥିଲେ, ଅନୁଷ୍ଠାନର ସଂସ୍ଥାପକ ଡ଼ ସ୍ବେଦେଶ ମୁଦୁଲି ଧନ୍ୟବାଦ ଅର୍ପଣ କରିଥିଲେ|