ମାତୃ ଦିବସ ଅବସରରେ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ମା ‘ଙ୍କ ବିକଳ୍ପ ନାହିଁ. ମାତୃ ଦିବସ ପ୍ରତିବର୍ଷ ମେ ମାସ ଦ୍ୱିତୀୟ ରବିବାର ଦିନ ପଡିଥାଏ. ମା ହେଉଛନ୍ତି ପ୍ରେରଣା ଦାୟୀ, ଆମର ପଥପ୍ରଦର୍ଶକ, ମାର୍ଗ ଦର୍ଶକ. କେଉଁଟା ଠିକ, କେଉଁଟା ଭୁଲ ଆମକୁ କହିବା ସହ, ସମାଜରେ ଏକ ଉତ୍ତମ ବ୍ୟକ୍ତିତ୍ୱଭାବେ ଗଢି ତୋଳିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି. ପରିବାର ରେ ତାଙ୍କ ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ. ତାଙ୍କ ନିଷ୍ଠା,ଅକ୍ଲାନ୍ତ ପରିଶ୍ରମ, ବଳିଦାନ ର ପଟାନ୍ତର ନାହିଁ. ମାତ୍ର ଆଜିକାଲି ଦେଖା ଯାଉଛି ପିଲାମାନେ ବଡ ହେଲା ପରେ ପିତା ମାତା ଙ୍କୁ ଖରାପ ବ୍ୟବହାର କରିବା ସହ ଜରା ନିବାସ ରେ ଛାଡିବାକୁ ପଛାଉ ନାହାନ୍ତି. ଏହା କଣ ସମିଚୀନ?ପ୍ରତିଦିନ ମାତୃ ପିତୃ ପୂଜନ ପାଇଁ ସେମାନେ ଯୋଗ୍ୟ. ଯେତେ କହିଲେ ଅବା ଲେଖିଲେ ବି ଶବ୍ଦ ବି କମ ପଡିବ. ଆଜିର ମାତୃ ଦିବସ ଅବସରରେ ସମସ୍ତ ମାତୃ ଶକ୍ତି ଙ୍କୁ କୋଟି ପ୍ରଣାମ.