ମାତୃ ପିତୃ ସମ୍ମିଳନୀ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ରାଜେନ୍ଦ୍ରପୁର ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ଠାରେ ମାତୃପିତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଆଚାର୍ଯ୍ୟ ତପନ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମାତୃପିତୃ ସମ୍ମିଳନୀରେ ବନ୍ତ ସଂକୁଳ ପ୍ରମୁଖ ନାରାୟଣ ଚନ୍ଦ୍ର ବୋଇତାଇ ଯୋଗଦେଇ ବିଦ୍ୟାର୍ଥୀଙ୍କ ଅଧ୍ୟୟନ ସମୟରେ ମାତା ପିତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପରିଚାଳନା କମିଟି ସଭାପତି ଡ଼. ଶଶଧର ସାହୁ ଓ ମଧୁସୂଦନ ଜେନା ଯୋଗଦେଇ ଶୈକ୍ଷିକ ଓ ବୌଦ୍ଧିକ ବିକାଶ ଉପରେ ବକ୍ତବ୍ୟ ଦେଇଥିଲେ। କାର୍ଯ୍ୟକ୍ରମକୁ ସରସ୍ୱତୀ ଶିଶୁ ମନ୍ଦିରର ଗୁରୁଜୀ ଗୁରୁମା ମାନେ ପରିଚାଳନା କରିଥିବା ବେଳେ ଏଥିରେ ବହୁ ଅଭିଭାବକ ଉପସ୍ଥିତ ଥିଲେ।


