ମାତୃ ସମ୍ମିଳନୀ ଓ ସମର୍ପଣ ଦିବସ

ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍‌):କେନ୍ଦୁଝର ଜିଲା ଯୋଡା ସହରର କୁନ୍ଦୁରୁନାଲାଠାରେ ଅବସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରଠାରେ ଶୁକ୍ରବାର ଅପରାହ୍ନରେ ମାତୃ ସମ୍ମିଳନୀ ଓ ସମର୍ପଣ ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଡା ଡି.ଏ.ଭି. ବିଦ୍ୟାଳୟର ଶିକ୍ଷୟତ୍ରୀ ଆଭାରାଣୀ ବଳ ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ବିଦ୍ୟାଳୟର ସଦସ୍ୟା ଗୀତାରାଣୀ ଲୋହାର ଓ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଚିତରଂଜନ ମହାନ୍ତ ଉପସ୍ଥିତ ଥିଲେ । ବିଦ୍ୟାଳୟର ଶିକ୍ଷକ ବସନ୍ତ ଷଢଙ୍ଗୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ବହୁ ସଂଖ୍ୟାରେ ବିଦ୍ୟାଳୟର ଛାତ୍ରୀଛାତ୍ରମାନଙ୍କ ମା ମାନେ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଆଭାରାଣୀ ବଳ ନାରୀ ମାନଙ୍କର କର୍ତବ୍ୟ ବିଷୟରେ ଅଭିଭାବିକାମାନଙ୍କୁ ନିଜର ବକ୍ତବ୍ୟରେ କହିଥିଲେ । ବିଦ୍ୟାଳୟର ସମସ୍ତ ଗୁରୁମା ଓ ଗୁରୁଜୀବୃନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୂଚାରୁରୂପେ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ