ମାତ୍ରାଧିକ ଔଷଧ ସେବନ କରି ଯୁବକ ଗୁରୁତର

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) : କରୋନା ପରବର୍ତ୍ତୀ ସମୟରେ ଲୋକଙ୍କର ଆର୍ଥିକ ଦୁରାବସ୍ଥା ଯୋଗୁଁ ଲୋକେ ମାନସିକ ଭାରସାମ୍ୟ ହରାଇ ନାହିଁ ନଥିବା କାର୍ଯ୍ୟକୁ ଆପଣେଇ ନେଉଛନ୍ତି ! ହାତରେ କାମଧନ୍ଦା ‌ନାହିଁ କି ପେଟରେ ପଇସା ନାହିଁ।ବିଶେଷତଃ ଆତ୍ମହତ୍ୟା ଏକମାତ୍ର ବିକଳ୍ପ ବ୍ୟବସ୍ଥା ବୋଲି ଚାଷୀ, ଯୁବ ଓ ମହିଳା ଗୋଷ୍ଠୀ ବାଛି ନେଉଛନ୍ତି । ସୂଚନାଯୋଗ୍ୟ ପାରିବାରିକ ଓ ଆର୍ଥିକ ଦୁରାବସ୍ଥା ନେଇ ମୟୂରଭଞ୍ଜ ଜିଲ୍ଲାର କୁସୁମିତ ବ୍ଲକର କେନ୍ଦ୍ରେଇ ଗ୍ରାମର ସେକ୍ ମଫିଯୁଲର କୋଡ଼ିଏ ବର୍ଷୀୟ ଭେଣ୍ଡିଆ ପୁଅ ସେକ୍ ଇଜାହାର ମଙ୍ଗଳବାର ଦିନ ପୂର୍ବାହ୍ନରେ ମାତ୍ରାଧିକ ଔଷଧ ସେବନ କରି ଗୁରୁତର ହୋଇଥିଲେ । ତାଙ୍କୁ ତୁରନ୍ତ ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ଚିକିତ୍ସା କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ